ନୂଆପଡା: ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ଗର୍ଭବତୀ କରି ପ୍ରେମିକ ଫେରାର । ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡିତା ଯୁବତୀ ଓ ତାଙ୍କ ପରିବାର । ଏପରି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖଡ଼ିଆଳ ସହରରେ । ଥାନାର ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ନ୍ୟାୟ ମିଳିପାରିନଥିବା ମଧ୍ୟ ଅଭିଯୋଗ କରିଛନ୍ତି ପୀଡିତା ।
ବିବାହ ସ୍ବପ୍ନ ଦେଖାଇ ଠକି ଦେଲା ପ୍ରେମିକ, ଥାନାରେ ଦ୍ବାରସ୍ଥ ଗର୍ଭବତୀ ପ୍ରେମିକା
ନୂଆପଡାରେ ଅଭାବନୀୟ କାଣ୍ଡ । ବିବାହ ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ଗର୍ଭବତୀ କରି ପ୍ରେମିକ ଫେରାର । ଥାନାର ଦ୍ବାରସ୍ଥ ହେଲେ ପୀଡିତା । ଅଧିକ ପଢନ୍ତୁ...
ଘଟଣାକ୍ରମ ଅନୁସାରେ, ଖଡ଼ିଆଳ ସହର ଜଣେ 33 ବର୍ଷିୟ ବିବାହିତ ଯୁବକ ସୁବାସ ରଣା ଖଡ଼ିଆଳ ସହର 21 ବର୍ଷୀୟା ଯୁବତୀଙ୍କୁ, ନିଜକୁ ଅବିବାହିତା କହି ପ୍ରେମ କରିଥିଲେ । ପରେ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କୁ ନେଇ ଅନ୍ୟ ଏକ ଭଡା ଘରେ ରଖିଥିଲା । ଖବର ପାଇ ସମ୍ପୃକ୍ତ ଯୁବକର ସ୍ତ୍ରୀ ପହଞ୍ଚି ଗାଳିଗୁଲଜ କରିବାପରେ ଯୁବତୀଙ୍କୁ ଛାଡ଼ିଦେଇ ଯୁବକ ଏବେ ଫେରାର ହୋଇଯାଇଛି । ପୀଡିତା ଯୁବତୀ ଏବେ ଗର୍ଭବତୀ ଥିବାବେଳେ ଉପଯୁକ୍ତ ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି । ଅଭିଯୋଗକୁ ନେଇ ଖଡ଼ିଆଳ ଥାନା SDPO ସନ୍ତକ ଜେନାଙ୍କୁ ପଚାରିବାରୁ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିବାକୁ ସ୍ପଷ୍ଟ ଭାବେ ମନା କରିଦେଇଛନ୍ତି ।
ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ