ଓଡିଶା

odisha

ETV Bharat / state

ବଢୁଛି ମଦ୍ୟପଙ୍କ ପ୍ରାର୍ଦୁଭାବ, ତେଜିଲା ମହିଳାଙ୍କ ମଦମୁକ୍ତି ଆନ୍ଦୋଳନ - ମଦ

ଦିନକୁ ବେଆଇନ ମଦ କାରବାର ବଢିବାରେ ଲାଗିଛି । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଘରଧରା ଗ୍ରାମରେ ବେଆଇନ ମଦ କାରବାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାକୁ ବିରୋଧ କରିଛନ୍ତି ଗାଁର ମହିଳା । ଗାଁକୁ ବେଆଇନ ମଦମୁକ୍ତ କରିବା ପାଇଁ ମହିଳାମାନେ ହାତରେ ଠେଙ୍ଗା ଧରି ଗାଁ ପରିକ୍ରମା କରି ନିକଟସ୍ଥ କୁଲିଗାଁ ଦେଶୀ ମଦଭାଟିକୁ ଘେରାଉକରି ମଦ ବନ୍ଦ କରିବାପାଇଁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

ବଢୁଛି ମଦ୍ୟପଙ୍କ ପ୍ରାର୍ଦୁଭାବ, ତେଜିଲା ମହିଳାଙ୍କ ମଦମୁ୍କ୍ତି ଆନ୍ଦୋଳନ
ବଢୁଛି ମଦ୍ୟପଙ୍କ ପ୍ରାର୍ଦୁଭାବ, ତେଜିଲା ମହିଳାଙ୍କ ମଦମୁ୍କ୍ତି ଆନ୍ଦୋଳନ

By

Published : Oct 24, 2021, 10:42 AM IST

Updated : Oct 24, 2021, 1:32 PM IST

ନୂଆପଡା: ମଦ କେତେ ପରିବାର ଉଜାଡିଛି କେତେ ସମ୍ପର୍କ ଭାଙ୍ଗିଛି । ମଦ ଅନେକଙ୍କ ଜୀବନ ବର୍ବାଦ କରିଛି । ଦିନକୁ ବେଆଇନ ମଦ କାରବାର ବଢିବାରେ ଲାଗିଛି । ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ଘରଧରା ଗ୍ରାମରେ ବେଆଇନ ମଦ କାରବାର ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏହାକୁ ବିରୋଧ କରିଛନ୍ତି ଗାଁର ମହିଳା । ଗାଁକୁ ବେଆଇନ ମଦମୁକ୍ତ କରିବାପାଇଁ ମହିଳାମାନେ ହାତରେ ଠେଙ୍ଗା ଧରି ଗାଁ ପରିକ୍ରମା କରି ନିକଟସ୍ଥ କୁଲିଗାଁ ଦେଶୀ ମଦଭାଟିକୁ ଘେରାଉକରି ମଦ ବନ୍ଦ କରିବାପାଇଁ ଚେତାବନୀ ଦେଇଛନ୍ତି ।

ବଢୁଛି ମଦ୍ୟପଙ୍କ ପ୍ରାର୍ଦୁଭାବ, ତେଜିଲା ମହିଳାଙ୍କ ମଦମୁକ୍ତି ଆନ୍ଦୋଳନ

ଗାଁରେ ରାତି ପାହିଲେ ନିଶାସକ୍ତ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି । ମଦ୍ୟପ ବ୍ୟକ୍ତିଙ୍କ ଅତ୍ୟାଚାରରେ ଗାଁଦାଣ୍ଡରେ ମହିଳାମାନେ ଅସୁରକ୍ଷିତ ମଣୁଛନ୍ତି । ଘରଧରା ଛୋଟ ଗାଁ ହୋଇଥିଲେ ବି ଏଠାରେ 7ଟି ବେଆଇନ ମଦକୋଠି ରହିଛି । ଫଳରେ ଘରଧରା ଗାଁ ଅସୁରକ୍ଷିତ ହୋଇପଡିଛି । ଦୈନିକ କିଛି ଲୋକ ମଦ ପିଇ ନିଶାସକ୍ତ ଅବସ୍ଥାରେ ଗାଁଦାଣ୍ଡରେ ବୁଲି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛନ୍ତି । ସ୍ତ୍ରୀ ପିଲା ଛୁଆଙ୍କୁ ମାଡମାରି ଘର ରଖିଥିବା ଟଙ୍କା ସୁନା ଗହଣା ଛଡ଼ାଇନେଇ ମଦ ପିଉଛନ୍ତି । ଘରକୁ ସର୍ବସାନ୍ତ କରିଚାଲିଛି ମଦ। ଏମାନଙ୍କୁ ସାବାଡ଼ କରି ଗାଁକୁ ମଦମୁକ୍ତ କରିବାପାଇଁ ଘରଧରା ଗ୍ରାମର ଶତାଧିକ ମହିଳା ହାତରେ ଠେଙ୍ଗା ଧରି ମଦମୁକ୍ତି ସ୍ଲୋଗାନ ଦେଇଛନ୍ତି ।

ମଦ ପିଇବା ଫଳରେ ବେଆଇନ କାମରେ ଲିପ୍ତ ରହିଥିବା ଦେଖିବାକୁ ମିଳିଛି । ଏହା ଛାତ୍ରଛାତ୍ରୀ ଯୁବକଙ୍କ ଉପରେ କୁପ୍ରଭାବ ପକାଉଛି । ଯାହାକୁ ବିରୋଧ କରିଛନ୍ତି ଗାଁ ମହିଳା । ମଦମୁକ୍ତି ରଣ ହୁଙ୍କାର ଦେଇ ହାତରେ ଠେଙ୍ଗା , ଝାଡୁ ଧରି ଘରଧରା, ରାଜାମୁଣ୍ଡା, କୁଲିଗାଁ ପରିକ୍ରମା କରି ମଦକୁ ସମୂଳେ ନାଶ କରିବାପାଇଁ ଚେତାବନୀ ଦେଇଛନ୍ତି । ମହିଳାମାନେ କୁଲିଗାଁ ସ୍ଥିତ ଦେଶୀ ମଦ ଭାଟିକୁ ଘେରାଉକରି ମଦ ବନ୍ଦ କରିବାକୁ କହିଛନ୍ତି । ଯହି ମଦ କାରବାର ବନ୍ଦ ନ ହୁଏ ମଦ ଭାଟିକୁ ଜାଳି ପୋଡି ପାଉଁଶ କରି ଦେବେ ବୋଲି କହିଛନ୍ତି ।

ମହିଳାଙ୍କ ଅଭିଯୋଗରେ ସହମତ ହୋଇ ଆଉ ମଦକୋଠି ଦୋକାନୀକୁ ଆଉ ମଦ ଦେବେନାହିଁ ବୋଲି ମଦଭାଟି ମ୍ୟାନେଜର ପ୍ରତିଶୃତି ଦେଇଛନ୍ତି । ଏହାପରେ ମହିଳାମାନେ ଆନ୍ଦୋଳନ ବନ୍ଦ କରିଛନ୍ତି । ଆଗକୁ ଗାଁରେ ବେଆଇନ ମଦ ବନ୍ଦ ନହେଲେ ପୁଣି ଆନ୍ଦୋଳନ କରିବେ ବୋଲି ସମୂହ ମହିଳା ଚେତାବନୀ ଦେଇଛନ୍ତି । ଜ଼ିଲ୍ଲା ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

Last Updated : Oct 24, 2021, 1:32 PM IST

ABOUT THE AUTHOR

...view details