ଓଡିଶା

odisha

ETV Bharat / state

ମାଓପ୍ରବଣ ନାଗପଡା ଗ୍ରାମପଞ୍ଚାୟତରେ ନିର୍ମାଣ ଶ୍ରମିକ ଅଶାନ୍ତ - covid19

ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ,ନିର୍ମାଣ ଶ୍ରମିକ,ଚାଷୀ ମୂଲିଆ, ରାସନ କାର୍ଡ ଧାରୀ ,ଉଠା ଦୋକାନୀ ପ୍ରଭାବିତ ହୋଇଛନ୍ତି। ନୂଆପଡା ଜିଲ୍ଲାରେ ଗ୍ରାମପଞ୍ଚାୟତ ଅଧିକାରୀ ଲୋକଙ୍କୁ ସହାୟତା ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି ।ଅଧିକ ପଢନ୍ତୁ...

labour-face-problems-in-maoist-affected-nagpada-gram-panchayat-of-nuapada
ମାଓପ୍ରବଣ ନାଗପଡା ଗ୍ରାମପଞ୍ଚାୟତରେ ନିର୍ମାଣ ଶ୍ରମିକ ଅଶାନ୍ତ

By

Published : May 6, 2020, 5:41 PM IST

ନୂଆପଡା: ମହାମାରୀ କୋରୋନାକୁ ନେଇ ଚାରିଆଡେ ଲକଡାଉନ। ନୂଆପଡା ଜିଲ୍ଲା ବୋଡେନ ବ୍ଳକ ମାଓପ୍ରବଣ ନାଗପଡା ଗ୍ରାମପଞ୍ଚାୟତରେ ନିର୍ମାଣ ଶ୍ରମିକ ଅଶାନ୍ତ। ଗ୍ରାମପଞ୍ଚାୟତ ଅଧିକାରୀ ଶ୍ରମିକଙ୍କୁ ସହାୟତା ପ୍ରଦାନ କରୁନଥିବା ଅଭିଯୋଗ ହୋଇଛି ।

ମାଓପ୍ରବଣ ନାଗପଡା ଗ୍ରାମପଞ୍ଚାୟତରେ ନିର୍ମାଣ ଶ୍ରମିକ ଅଶାନ୍ତ

ଦେଶବ୍ୟାପୀ ଲକଡାଉନ ଜାରି ରହିଥିବା ବେଳେ,ନିର୍ମାଣ ଶ୍ରମିକ,ଚାଷୀ ମୂଲିଆ, ରାସନକାର୍ଡ ଧାରୀ ,ଉଠା ଦୋକାନୀ ପ୍ରଭାବିତ ହୋଇଛନ୍ତି। ଏହି ବର୍ଗର ହିତାଧିକାରୀଙ୍କୁ ସରକାର ଆର୍ଥିକ ସହାୟତା ଗ୍ରାମପଞ୍ଚାୟତ ଜରିଆରେ ଯୋଗାଇ ଦେଇଛନ୍ତି। ନିର୍ମାଣ ଶ୍ରମିକ ମାନଙ୍କୁ 1500ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି କିନ୍ତୁ ବୋଡେନ ବ୍ଲକ ନାଗପଡା ଗ୍ରାମପଞ୍ଚାୟତ ପିଇଓ ଶ୍ରମିକଙ୍କୁ ଟଙ୍କା ବାଣ୍ଟୁନାହାନ୍ତି। ଟଙ୍କା ନେଲେ ରାସନ କାର୍ଡ଼, ବିଧବା,ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଭତ୍ତା କଟିଯିବ ବୋଲି ଶ୍ରମିକଙ୍କୁ ଭୟଭୀତ କରି ଚେତାବନୀ ଦେଉଛନ୍ତି। ଯାହାଫଳରେ ନାଗପଡା ଗ୍ରାମପଞ୍ଚାୟତ ସ୍ଥିତ ନିର୍ମାଣ ଶ୍ରମିକଙ୍କ ମଧ୍ୟରେ ଅଶାନ୍ତ ଲାଗିରହିଛି। ଏନେଇ ନାଗପଡା ୱାର୍ଡ ମେମ୍ବର ଏବଂ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

ABOUT THE AUTHOR

...view details