ଓଡିଶା

odisha

ETV Bharat / state

କୋଶଳ ସ୍ବାଭିମାନ ଦିବସ ପାଳିତ - nuapada event

କୋଶଳ ରତ୍ନ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଜନ୍ମ ଜୟନ୍ତୀ ଅବସରରେ କୋଶଳ ସ୍ବାଭିମାନ ଦିବସ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ...

କୋଶଳ ସ୍ବାଭିମାନ ଦିବସ ପାଳିତ
କୋଶଳ ସ୍ବାଭିମାନ ଦିବସ ପାଳିତ

By

Published : Feb 25, 2021, 10:53 PM IST

ନୂଆପଡା: ସଂସ୍କୃତ ସଂପନ୍ନ ଖଡ଼ିଆଳ ବସଷ୍ଟାଣ୍ଡ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ସମଗ୍ର ପଶ୍ଚିମାଞ୍ଚଳ ଗୌରବ କୋଶଳ ରତ୍ନ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଜନ୍ମ ଜୟନ୍ତୀ ଅବସରରେ କୋଶଳ ସ୍ବାଭିମାନ ଦିବସ ପାଳିତ ହୋଇଯାଇଛି । ସ୍ବାଭିମାନ ଦିବସ ପାଳନ ଅବସରରେ ସମଗ୍ର ପଶ୍ଚିମାଞ୍ଚଳ ବାସୀ ବରଗଡ଼, ସମ୍ବଲପୁର, ବଲାଙ୍ଗିର, ସୋନପୁର, ଟିଟିଲାଗଡ଼, ଭବାନୀପାଟଣା, ନୂଆପଡା ଆଦି ଅଞ୍ଚଳରୁ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ଶହଶହ ଅନୁଗାମୀ କୋଶଲି ଭାଷାର ଖଣି କୁହାଯାଉଥିବା ଖଡ଼ିଆଳ ସହରରେ ପାଦ ପକାଇଛନ୍ତି ।

କୋଶଳ ସ୍ବାଭିମାନ ଦିବସ ପାଳିତ

ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ବାସଭବନ ନିକଟସ୍ଥ ବଡ ଦଧିବାମନ ମନ୍ଦିର ପ୍ରାଙ୍ଗଣରୁ ଢୋଲ,ନିଶାନ,ତାସାର ତାଳେତାଳେ କୋଶଲି ସାଂସ୍କୃତିକ ଶୋଭାଯାତ୍ରା ସହର ପରିକ୍ରମା କରି ସଭାସ୍ଥଳରେ ପହଞ୍ଚିଥିଲା । ଆୟୋଜିତ କୋଶଲି ସ୍ବାଭିମାନ ଦିବସ ସାଂସ୍କୃତିକ ସଭାରେ ଡ ଫନିନ୍ଦମ ସିଂଦେଓ ଅଧ୍ୟକ୍ଷତା କରିଥିଲେ ।

କୋଶଲି ଭାଷାବିତ ପରମେଶ୍ବର ମୁଣ୍ଡ,ଭାଷାକର୍ମୀ ସାକେତ ଭୂଷଣ ସାହୁ,କୋଶଲି ଲେଖକ ଦିଲ୍ଲୀପ ପସାଏତ, ଟିକେଲାଲ ବେହେରା, ନିମାଇଁ ପାଣିଗ୍ରାହୀ,ଅବସର କମିଶନର ଶ୍ରୀକାନ୍ତ ଚାଟାର୍ଜୀ, ଜିତେନ୍ଦ୍ର ନାଥ ପଟ୍ଟନାୟକ, ଇରଫାନ ମହମ୍ମଦ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମଞ୍ଚାସିନ ହୋଇ କୋଶଳି ଭାଷା ଓ ତାର ଗାରିମା ଉପରେ ମତ ରଖିଛନ୍ତି । କୋଶଳି ରତ୍ନ ପଣ୍ଡିତ ପ୍ରୟାଗଦତ୍ତ ଯୋଶୀଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ କୋଶଲି ଭାଷାକୁ ଏକ ସ୍ବତନ୍ତ୍ର ଭାଷା ରୂପେ ସରକାର ମାନ୍ୟତା ଦେବାସହ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦିଗରେ ଖଡ଼ିଆଳ ମାଟିରୁ ଭାଷା ଆନ୍ଦୋଳନ ଜାରି ରହିବ ବୋଲି ବକ୍ତାମାନେ ମତ ପୋଷଣ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details