ଓଡିଶା

odisha

ETV Bharat / state

5 ସମ୍ବର ଶିକାରୀ ଗିରଫ, ମାଂସ ଜବତ

ଖଡିଆଳ ବନ ବିଭାଗ ବୋଡେନ ବ୍ଲକର ଟେମେରି ଓ ଡନେଇବସା ଗାଁରେ ଚଢାଉ କରି ସମ୍ବର ମାଂସ ସହ 5 ଜଣ ଶିକାରୀରୁ ଗିରଫ କରିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

By

Published : Jul 10, 2019, 10:51 PM IST

Updated : Jul 10, 2019, 11:00 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ବୋଡେନ ବ୍ଲକର ଟେମେରି ଓ ଡନେଇବସା ଗାଁରେ ବନ ବିଭାଗର ଚଢାଉ । ଏହି ଚଢାଉରେ ବିଭାଗ 5ଜଣ ସମ୍ବର ଶିକାରୀଙ୍କୁ ଗିରଫ କରିବା ସହ ସମ୍ବର ମାଂସ ଜବତ କରିଛି । ଏହା ପରେ ସମସ୍ତ ଶିକାରଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ସୂଚନା ଅନୁଯାୟୀ, ଶିକାରୀ ମାନେ ଗୁରୁଡଙ୍ଗ ଜଙ୍ଗଲରେ ଏକ ସମ୍ବର ଶିକାର କରିଥିଲେ । ପରେ ମାଂସକୁ ଭାଗବଣ୍ଟା କରାଯାଉଥିଲା । ଏହି ଖବର ବନବିଭାଗ ପାଖରେ ପହଞ୍ଚିବା ପରେ ଅତର୍କିତ ଚଢାଉ କରାଯାଇ ଶିକାରୀ ମାନଙ୍କ ସହ ମାଂସ ଜବତ କରିଛି ।

ନୂଆପଡାରୁ ମୋତିଲାଲ ବାଗ୍, ଇଟିଭି ଭାରତ

Last Updated : Jul 10, 2019, 11:00 PM IST

ABOUT THE AUTHOR

...view details