ଓଡିଶା

odisha

ETV Bharat / state

କୋରୋନା ଯୁଦ୍ଧରେ ହାରିଗଲେ କାର୍ଯ୍ୟନିର୍ବାହୀ ଅଧିକାରୀ, ଝୁରୁଛନ୍ତି ଗ୍ରାମବାସୀ - Executive officer

ନୂଆପଡ଼ା ସିନାପାଲି ବ୍ଲକ୍ ନବନିର୍ମିତ କଇଁଟପଦର ପାଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଗଜେନ୍ଦ୍ର ସାଗରିଆ ଆଉ ନାହାଁନ୍ତି । ଗତ 26 ସେପ୍ଟେମ୍ବରରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଚଳିତ ମାସ 5 ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅଦିକ ପଢନ୍ତୁ...

kaintapadar Executive officer dies in Corona
କୋରୋନା ଯୁଦ୍ଧରେ ହାରିଗଲେ କାର୍ଯ୍ୟନିର୍ବାହୀ ଅଧିକାରୀ, ଝୁରୁଛନ୍ତି ଗ୍ରାମବାସୀ

By

Published : Oct 13, 2020, 9:46 AM IST

ନୂଆପଡା: କୋରୋନା ସଂକ୍ରମିତ ହୋଇଥିବା ନୂଆପଡ଼ା ସିନାପାଲି ବ୍ଲକ୍ ନବନିର୍ମିତ କଇଁଟପଦର ପାଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା କୋଭିଡ ଯୋଦ୍ଧା ଗଜେନ୍ଦ୍ର ସାଗରିଆ ଆଉ ନାହାଁନ୍ତି । ଗତ 26 ସେପ୍ଟେମ୍ବରରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଚଳିତ ମାସ 5 ତାରିଖ ଦିନ ତାଙ୍କର ମୃତ୍ୟୁ ଘଟିଛି।

କୋରୋନା ଯୁଦ୍ଧରେ ହାରିଗଲେ କାର୍ଯ୍ୟନିର୍ବାହୀ ଅଧିକାରୀ, ଝୁରୁଛନ୍ତି ଗ୍ରାମବାସୀ

ପ୍ରକାଶ ଯେ, ସଗରିଆ କୋରୋନାରେ ସଂକ୍ରମିତ ହେବା ପରେ ପ୍ରଥମେ ନୂଆପଡ଼ା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ବରର ସମ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଚଳିତ ମାସ 5 ତାରିଖ ଦିନ ଚିର ନିଦ୍ରାରେ ଶୋଇଗଲେ ଗଜେନ୍ଦ୍ର ସଗରିଆ । ସେହିଦିନ ଠାରୁ କଇଁଟପଦର ଗ୍ରାମପଞ୍ଚାୟତର 4ଟି ଗାଁ 12ଗୋଟି ୱାର୍ଡ ଜନସାଧାରଣ ସ୍ବର୍ଗୀୟ ସଗରିଆଙ୍କୁ ମନେପକାଇ ଝୁରୁଛନ୍ତି । ସଗରିଆଙ୍କ ମୃତ୍ୟୁ ଖବରରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସେ ଜଣେ ଶାନ୍ତ ଶିଷ୍ଟ ମିଳାପୀ ଅଧିକାରୀ ଥିଲେ ବୋଲି କଇଁଟପଦର ଗ୍ରାମପଞ୍ଚାୟତ ବାସୀ ଦୁଃଖର ସହ ପ୍ରକାଶ କରିଛନ୍ତି । ତାଙ୍କ ଅମଳରେ କଇଁଟପଦର ଗ୍ରାମପଞ୍ଚାୟତର ନବନିର୍ମିତ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ହୋଇଛି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details