ଓଡିଶା

odisha

ETV Bharat / state

କୋର୍ଟରେ କାର୍ଯ୍ୟଚାପ ଯୋଗୁଁ ଆତ୍ମହତ୍ୟା କଲେ କନିଷ୍ଠ କିରାଣୀ !

ନୂଆପଡା ଜିଲ୍ଲା ଖଡ଼ିଆଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଜଣେ କନିଷ୍ଠ କିରାଣୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । କୋର୍ଟରେ ଅତ୍ୟଧିକ କାର୍ଯ୍ୟଚାପ ଯୋଗୁଁ ମାନସୀକ ଭାରସାମ୍ୟ ହରାଇ ସେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

By

Published : Jun 13, 2019, 9:56 PM IST

Updated : Jun 18, 2019, 10:58 AM IST

ନୂଆପଡା: ଜିଲ୍ଲା ଖଡ଼ିଆଳ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ କୋର୍ଟରେ ଅଘଟଣ । ଜଣେ କନିଷ୍ଠ କିରାଣୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ କିରାଣୀଙ୍କ ପରିଚୟ ଅଭିଳାଷ କୁମାର ଜଗତ ବୋଲି ଜଣାପଡିଛି । ଅଭିଳାଷଙ୍କ ଗାଁ ନୂଆପଡା ଜିଲ୍ଲା ବୋଡେନରେ ବୋଲି ଜଣାପଡିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡ଼ା

ପ୍ରାପ୍ତ ସୂଚନା ମତେ କିରାଣୀ ଅଭିଳାଷ ଜଗତ ଖରା ଛୁଟିରେ ନିଜ ଗାଁ ବୋଡେନ ଯାଇଥିଲେ । ତାଙ୍କର ଛୁଟି ଚଳିତ ମାସ 17 ତାରିଖ ପର୍ଯ୍ୟନ୍ତ ଥିଲା । ହେଲେ କୋର୍ଟରେ ପେଣ୍ଡିଂ କାମ କରାଇବା ପାଇଁ ତାଙ୍କୁ 12 ତାରିଖ ଠାରୁ କୋର୍ଟକୁ ଡକାଯାଇଥିଲା । ହେଲେ ମାନସୀକ ଚାପ ଯୋଗୁଁ ସେ ନିଜ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି ।

ମୃତକଙ୍କ ବାପା ହରିହର ଜଗତଙ୍କ ଅଭିଯୋଗ ଯେ ତାଙ୍କ ପୁଅକୁ ବରିଷ୍ଠ କିରାଣୀ ମାନେ ଅଧିକ କାମ ଦେଉଥିଲେ । ଯାହାଫଳରେ କୌଣସି ଉପାୟ ନପାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏନେଇ ଖଡ଼ିଆଳ ଥାନାରେ ଏକ ମାମଲା ରୁଜୁ ହୋଇ ଅଧିକ ତଦନ୍ତ ଚଳାଇଛି ଖଡ଼ିଆଳ ପୋଲିସ ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : Jun 18, 2019, 10:58 AM IST

ABOUT THE AUTHOR

...view details