ଓଡିଶା

odisha

ETV Bharat / state

ବିଭିନ୍ନ ଦାବି ନେଇ ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଗଣଧାରଣା - nuapada news

ଜିଲ୍ଲାର ଲଖନା ପଞ୍ଚାୟତର ବିକାଶ ପାଇଁ ଅଣ୍ଟା ଭିଡିଛି ସଂଗ୍ରାମ ପରିଷଦ । ଯାହାକୁ ନେଇ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ବିଭିନ୍ନ ଦାବି ନେଇ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ଗଣଧାରଣା
ବିଭିନ୍ନ ଦାବି ନେଇ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ଗଣଧାରଣା

By

Published : Sep 29, 2020, 10:52 AM IST

ନୂଆପଡା: ଜିଲ୍ଲା ଜୟ କିଷାନ ମଜଦୁର ସଂଗ୍ରାମ ପରିଷଦ ଆନୁକୂଲ୍ୟରେ ଆଜି (ମଙ୍ଗଳବାର) ଲଖନା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ପରିଷଦର ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୱରେ ମହାମାରୀ କୋଭିଡ କଟକଣା ନିୟମକୁ ପାଳନକରି ଅଞ୍ଚଳର ବିକାଶ ପାଇଁ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏନେଇ 5 ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୂଆପଡା ଜିଲ୍ଲାପାଳଙ୍କ ଜରିଆରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ଯେଉଁଥିରେ ଲଖନା ଠାରୁ ଚାଉଳିଆ ଛକ ରାସ୍ତା ଓ ଲଖନା ଠାରୁ ଜାମସେଠ ରାସ୍ତା ଓ ଲଖନା ଠାରୁ ସରେଇବାହାଲ ରାସ୍ତା ଉନ୍ନତିକରଣ ପାଇଁ ଦାବି କରିଛି ସଂଗ୍ରାମ ପରିଷଦ।

ବିଭିନ୍ନ ଦାବି ନେଇ ଜୟ କିଷାନ ମଜଦୂର ସଂଗ୍ରାମ ପରିଷଦ ପକ୍ଷରୁ ଗଣଧାରଣା

ସେହିଭଳି ମୂର୍ରିବାହାଲ ଗାଁ ନିକଟସ୍ଥ କଲଭଟ କୁ ବ୍ରିଜରେ ପରିଣତ କରିବା । ଲଖନା ରେଳ ଫାଟକକୁ ଉଚ୍ଛେଦ କରି ଅଣ୍ଡରଗ୍ରାଉଣ୍ଡ ରାସ୍ତା ନିର୍ମାଣ ପାଇଁ ଦାବି ହୋଇଛି । ଏହିସବୁ ରାସ୍ତାକୁ ତୁରନ୍ତ ପିଡବ୍ଲୁଡି ବିଭାଗକୁ ହସ୍ତାନ୍ତର କରିବା ପାଇଁ ମଧ୍ୟ ଦାବି କରିଛନ୍ତି ଆନ୍ଦୋଳନକାରୀ । ଏହିସବୁ ରାସ୍ତା ଗୁଡିକ ମରଣ ଯନ୍ତା ପାଲଟିଥିବା ବେଳେ, ପଥଚାରୀ ମାନେ ବିଭିନ୍ନ ସମୟରେ ଦୁର୍ଘଟଣାର ଶିକାର ହେଉଛନ୍ତି। ରାସ୍ତା ଦେଇ କୁରୁମପୁରୀ, ଲଖନା, ଲାଠୋର, ଚାରିଛକ ଏବଂ ବଦତୁଣ୍ଡା ହାଟ ଯିବାପାଇଁ ଲୋକେ ବିପଦ ସଙ୍କୁଳ ଅବସ୍ଥାରେ ଯାତାୟତ କରୁଛନ୍ତି।

ଏହି ଅଞ୍ଚଳର ପ୍ରାୟ 20 ରୁ 25 ହଜାର ଲୋକେ ଏହିସବୁ ରାସ୍ତା ଉପରେ ନିର୍ଭରଶୀଳ ଅଟନ୍ତି । ରାସ୍ତା କାମ ତୁରନ୍ତ ନହେଲେ ଆଗକୁ ଏହି ଆନ୍ଦୋଳନ ଆହୁରି ଭୟଙ୍କର ହେବ ବୋଲି ଆନ୍ଦୋଳନକାରୀ ମାନେ ଚେତାବନୀ ଦେଇଛନ୍ତି। ଅପରପକ୍ଷେ ଲଖନା ଠାରୁ ଠକପାଲି ରାସ୍ତା ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଖୁବଶୀଘ୍ର କାମ ଆରମ୍ଭ ହେବ ଏବଂ ବାକି ସବୁ ପ୍ରୋପଜାଲ ସରକାରଙ୍କୁ ଦିଆଯାଇଛି । ଆଗକୁ ପ୍ରୋପଜାଲ ଆସିଲେ କାମ ହେବା ନେଇ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details