ଓଡିଶା

odisha

ETV Bharat / state

ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ନୂଆପଡା ଜିଲ୍ଲା ପୋଲିସର ଅଭିନବ ପ୍ରୟାସ

ଜିଲ୍ଲାର ସିନାପାଲି ପୋଲିସ ପ୍ରଶାସନର ଅଭିନବ ପ୍ରୟାସ । ଆମ ପୋଲିସ ସମିତି ପକ୍ଷରୁ ପୋଲିସ କ୍ୟାମ୍ପସ ଭିତରେ ବ୍ଲକ ସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ସମାପ୍ତ ହୋଇଛି । ଅଧିକ ପଢନ୍ତୁ...

By

Published : Jan 24, 2021, 8:11 PM IST

ନୂଆପଡା ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପୋଲିସର ଅଭିନବ ପ୍ରୟାସ
ନୂଆପଡା ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପୋଲିସର ଅଭିନବ ପ୍ରୟାସ

ନୂଆପଡା: ଜିଲ୍ଲାର ସିନାପାଲି ପୋଲିସ ପ୍ରଶାସନର ଅଭିନବ ପ୍ରୟାସ । ଆମ ପୋଲିସ ସମିତି ପକ୍ଷରୁ ପୋଲିସ କ୍ୟାମ୍ପସ ଭିତରେ ବ୍ଲକ ସ୍ତରୀୟ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ସମାପ୍ତ ହୋଇଛି । ଗ୍ରାମାଞ୍ଚଳର ବ୍ୟାଡ଼ମିଣ୍ଟନ ଖେଳାଳି ତଥା ଯୁବ କ୍ରୀଡ଼ାବିତ ମାନଙ୍କୁ ସୁଯୋଗ ଦେଇ ଜିଲ୍ଲା, ରାଜ୍ୟ ଏବଂ ଜାତୀୟ ସ୍ତରରେ ଅଂଶ ଗ୍ରହଣ କରିବା ନିମନ୍ତେ ଏହା ଏକ ଉତ୍ତମ ପ୍ରଚେଷ୍ଟା । ଏହା ଫଳରେ ଗାଁର ଯୁବ ପ୍ରତିଭା ମାନେ ନିଜ ଅଞ୍ଚଳରେ ସୀମିତ ରହିଯାଉଥିବା ବେଳେ, ଖେଳରେ ଚମତ୍କାରିତା ଦେଖାଇ ଆଉ କିଛି ପାଦ ଆଗକୁ ବଢି ପାରିବେ ।

ନୂଆପଡା ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ଜିଲ୍ଲା ପୋଲିସର ଅଭିନବ ପ୍ରୟାସ

ଏହି ଅବସରରେ ଥାନାଧିକାରୀ ଜ୍ୟୋତିରଞ୍ଜନ ଗଉଡ଼, ପୋଲିସ ଏବଂ ଜନତାଙ୍କ ମଧ୍ୟରେ କୌଣସି ତାରତମ୍ୟ ନାହିଁ, ଆଇନକୁ ସମ୍ମାନ ଦେଇ ଦେଶର ଜାଗ୍ରତ ପହରି ରୂପେ କାମ କରି ସମସ୍ତଙ୍କୁ ସୁରକ୍ଷା ଦେବା ପୋଲିସର ପରମ କର୍ତ୍ତବ୍ୟ । ଏହା ଭିତରେ କିଛି ସମୟ ବାହାର କରି ଯୁବ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ହେଉଛି ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି କହିଥିଲେ । ମୁଖ୍ୟ ଅତିଥି ଭାବେ ତହସିଲଦାର ଲୋକନାଥ ଶବର ଯୋଗ ଦେଇଥିଲେ ।

ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଜଗନ୍ନାଥ ମେହେର ଏଣ୍ଡ ପାର୍ଟନର v/s ଛୋଟୁ ମେହେର ଏଣ୍ଡ ପାର୍ଟନର ମଧ୍ୟରେ ହୋଇଥିଲା । 3 ସେଟ ବିଶିଷ୍ଟ ମ୍ୟାଚକୁ 2-1 ରେ ଛୋଟୁ ମେହେର ଏଣ୍ଡ ପାର୍ଟନର ଜିତି ଯାଇଥିଲା । ସୁଜିତ ସାମନ୍ତରାୟ ଏବଂ କିଶୋର ମେହେର ଖେଳ ପରିଚାଳନା କରିଥିବାବେଳେ, ବରିଷ୍ଠ ଶିକ୍ଷକ ଲଳିତ ସୁନାରୀ ଧାରା ବିବରଣୀ ପ୍ରଦାନ କରିଥିଲେ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details