ଓଡିଶା

odisha

ETV Bharat / state

ତୁକୁଳା ପ୍ରାଥମିକ କୃଷି ସମବାୟ ସମିତି ଦ୍ବାରା ଧାନ ବିହନରେ ବ୍ୟାପକ ଜାଲିଆତି - ଧାନ ବିହନରେ ବ୍ୟାପକ ଜାଲିଆତି

ଖଡ଼ିଆଳ ବ୍ଲକ ତୁକୁଳା ପ୍ରାଥମିକ କୃଷି ସମବାୟ ସମିତି ଦ୍ବାରା ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ସରକାରଙ୍କ ସାର୍ଟିଫାଇଡ଼, ଫାଉଣ୍ଡେସନ ଧାନ ବିହନରେ ବ୍ୟାପକ ଜାଲିଆତି ଅଭିଯୋଗ ହୋଇଛି । ଏନେଇ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସମୂହ ଚାଷୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

fraud in rice seed at khadial block
ତୁକୁଳା ପ୍ରାଥମିକ କୃଷି ସମବାୟ ସମିତି ଦ୍ବାରା ଧାନ ବିହନରେ ବ୍ୟାପକ ଜାଲିଆତି

By

Published : Oct 3, 2020, 3:05 PM IST

ନୂଆପଡ଼ା: ଖଡ଼ିଆଳ ବ୍ଲକ ତୁକୁଳା ପ୍ରାଥମିକ କୃଷି ସମବାୟ ସମିତି ଦ୍ବାରା ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ସରକାରଙ୍କ ସାର୍ଟିଫାଇଡ଼, ଫାଉଣ୍ଡେସନ ଧାନ ବିହନରେ ବ୍ୟାପକ ଜାଲିଆତି ଅଭିଯୋଗ ହୋଇଛି । ଗୋଟିଏ କିସମର ଧାନ ବିହନ ନେଇ ଚାଷୀ ଚାଷ କରିଥିବାବେଳେ, ଚାଷ ଜମିରେ ବିଭିନ୍ନ କିସମର ଧାନ କେଣ୍ଡା ଦେଖାଦେଇଛି । କିଛି ଧାନ ପାଚି ଅମଳ ହେବାକୁ ଥିବାବେଳେ, ଆଉ କିଛି ଧାନ କେଣ୍ଡା ହିଁ ବାହାରି ନାହିଁ । ଯାହା ଫଳରେ ଚାଷୀକୂଳ ବ୍ୟାପକ କ୍ଷତିରେ ପଡିଥିବା ଅଭିଯୋଗ କରିଛନ୍ତି ।

ତୁକୁଳା ପ୍ରାଥମିକ କୃଷି ସମବାୟ ସମିତି ଦ୍ବାରା ଧାନ ବିହନରେ ବ୍ୟାପକ ଜାଲିଆତି

ମିଶ୍ରିତ ଧାନ ବିହନକୁ ଯେଉଁ ଅଧିକାରୀ ପାସ୍‌ କରିଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ସମୂହ ଚାଷୀ । ସରକାର ସୁଲଭ ମୂଲ୍ୟରେ ଚାଷୀଙ୍କୁ ଧାନ ବିହନ, ସାର, କୀଟନାଶକ ସଠିକ ମୂଲ୍ୟରେ ଠିକ ସମୟରେ ଯୋଗାଇଦେଉଥିବା କହି ଆସୁଛନ୍ତି । ହେଲେ ବାସ୍ତବରେ ବିଭିନ୍ନ ସମୟରେ ଚାଷୀ ପାଖକୁ ଉପଯୁକ୍ତ ବିହନ ସାର କୀଟନାଶକ ପହଞ୍ଚି ପାରୁନାହିଁ । ବିଭିନ୍ନ ସମୟରେ ଚାଷୀ ଶୋଷଣର ଶିକାର ହେବାସହ ଠକାମୀରେ ପଡୁଥିବା ଅଭିଯୋଗ ହୋଇ ଆସୁଛି । ଯାହାକି ଚଳିତ ଖରିଫ ଋତୁରେ ଖଡ଼ିଆଳ ବ୍ଲକ ତୁକୁଳା ଅଞ୍ଚଳରେ ଦେଖାଦେଇଛି ।

ତୁକୁଳା ଗାଁର ବୁଡାବାହାଲ,ଋଷିପିଠିବାହାଲ,ଡୁଙ୍ଗାଚଚର, ବାଡ଼ସରାଲ ଅଞ୍ଚଳର ଶହଶହ ହେକ୍ଟର ଚାଷ ଜମିରେ ଦେଖାଦେଇଛି ମିଶ୍ରିତ ଧାନ । ଏସମ୍ପର୍କରେ ତୁକୁଳା ପ୍ରାଥମିକ କୃଷି ସମବାୟ ସମିତି ସମ୍ପାଦକଙ୍କୁ ପଚାରିବାରୁ ଉପରଲେବଲ ଜ଼ିଲ୍ଲାରୁ ଯାହା ବିହନ ଆସିଛି, ତାହା ଚାଷୀଙ୍କୁ ଦେଇଛୁ କହି ଘଟଣାକୁ ହାଲୁକା ଭାବରେ ନେଇଛନ୍ତି । ଅପରପକ୍ଷେ ଘଟଣାର ତଦନ୍ତ କରି ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସହ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ସମୂହ ଚାଷୀ ଦାବି କରିଛନ୍ତି ।

ନୂଆପଡ଼ାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details