ଓଡିଶା

odisha

ETV Bharat / state

ଶୁଣିଲେନି ସରକାର, ଫସଲ ପୋଡିଲେ ଚାଷୀ - ଚାଷ ଜମିରେ ନିଆଁ

ରବିବାର ସିନାପାଲି ବ୍ଲକର କ୍ଷତିଗ୍ରସ୍ତ ଚାଷୀ ସମୂହ ଭାବରେ ଚାଷଜମିରେ ନିଆଁ ଲଗାଇ ଦେଇଛନ୍ତି । ଅଧିକ ପଢନ୍ତୁ...

ଶୁଣିଲେନି ସରକାର, ଫସଲ ପୋଡିଲେ ଚାଷୀ

By

Published : Nov 24, 2019, 7:04 PM IST

ନୂଆପଡା: ଜିଲ୍ଲାରେ ଚକଡ଼ା ପୋକ ଚଡକ । ଶହଶହ ଏକର ଧାନ ଫସଲ ଉଜୁଡି ଯାଇ ଚାଷୀ ଚିନ୍ତାରେ ଥିବା ବେଳେ ରବିବାର ସିନାପାଲି ବ୍ଲକର କ୍ଷତିଗ୍ରସ୍ତ ଚାଷୀ ସମୂହ ଭାବରେ ଚାଷ ଜମିରେ ନିଆଁ ଲଗାଇ ଦେଇଛନ୍ତି ।

ଶୁଣିଲେନି ସରକାର, ଫସଲ ପୋଡିଲେ ଚାଷୀ

ତେବେ ଗତ ଅକ୍ଟୋବର ଓ ନଭେମ୍ବର ଦୁଇ ମାସରେ ଜିଲ୍ଲାର ସିନାପାଲି ବ୍ଲକ ଅନ୍ତର୍ଗତ ଟିମନପୁର, ହୀରାପୁର, ଗୋବିନ୍ଦପୁର, ମାଲପଡା, ଖୀପିରିମାଲ ଗାଁ ଅଞ୍ଚଳରେ ଧାନ ବିଲରେ ଚକଡ଼ାପୋକ ଦେଖାଦେଇଥିଲା । ରୋଗ ପୋକକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ଖର୍ଚ୍ଚରେ ପଡି କୀଟନାଶକ ପ୍ରୟୋଗ କରିଥିଲା ଚାଷୀ । ହେଲେ ପୋକ ନିୟନ୍ତ୍ରଣ ହେଲାନାହିଁ । ଜିଲ୍ଲା କୃଷି ବିଭାଗର ଉପନିର୍ଦ୍ଦେଶକ, ଜିଲ୍ଲା କୃଷି ଅଧିକାରୀ ଏବଂ ବିଭାଗୀୟ ଅନ୍ୟାନ୍ୟ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇ ଦେବେ ବୋଲି ଆଶ୍ବସନା ଦେଇଥିଲେ । ହେଲେ ଆଜିକୁ ଦୁଇ ମାସ ଗଢି ଯାଇଥିଲେ ମଧ୍ୟ ଏଯାଏଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ମିଳିନାହିଁ ।

ଯାହାକୁ ନେଇ ଉତ୍‌କ୍ଷିପ୍ତ ହୋଇ ସମୂହ ଚାଷୀ ଫସଲରେ ନିଆଁ ଲଗାଇବା ସହ ଭାଗ୍ୟକୁ ନିନ୍ଦା ଦେଇ ହତାସ ହୋଇ ପଡିଛନ୍ତି ।

ନୂଆପଡାରୁ ମୋତିଲାଲ୍ ବାଗ୍, ଇଟିଭି ଭାରତ

ABOUT THE AUTHOR

...view details