ଓଡିଶା

odisha

ETV Bharat / state

‘ଇଟିଭି ଭାରତ’ ମହାପ୍ରଭାବ: ଦୁଇ ଶିଶୁଙ୍କ କରୁଣ କାହାଣୀ ଶୁଣିଲା ପ୍ରଶାସନ

‘ଇଟିଭି ଭାରତ’ର ମହାପ୍ରଭାବ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଦୁର୍ଗମ ଅଞ୍ଚଳରେ ପହଞ୍ଚିଲା ପ୍ରଶାସନ। ହେଲେ ଦୁଇ ଶିଶୁଙ୍କ ପାଇଁ ଆସିଥିବା ସହାୟତାର ହାତକୁ ଗ୍ରହଣ କଲାନି ପରିବାର।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : May 14, 2019, 11:43 PM IST

Updated : May 14, 2019, 11:58 PM IST

ନୂଆପଡା: ଖାଲି ଦୁର୍ଗମ ନୁହେଁ, ମାଓ ପ୍ରବଣ ଅଞ୍ଚଳ ଭାବେ ଜଣାଶୁଣା ମାନ୍ଦଳପଖାନ ଗାଁ । ବଣ ପାହାଡକୁ ଛଡିଦେଲେ ଗ୍ରାମବାସୀଙ୍କ ସମ୍ପତ୍ତି କହିଲେ କିଛି ନାହିଁ । କିଛି ଦିନ ତଳେ ଏଠାରେ ବାପା ମା’ ଛେଉଣ୍ଡ ଦୁଇ ଭଉଣୀ କୁର(4) ଓ ପରମି(3) ବେସାହାରା ହୋଇ ଘୂରି ବୁଲୁଥିବା ଦୃଶ୍ୟ ‘ଇଟିଭି ଭାରତ’ରେ ପ୍ରସାରିତ ହୋଇଥିଲା । ଯାହାକୁ ଦେଖି ଏହି ଦୁଇ କୋମଳ ଶିଶୁଙ୍କ ଡାକ ଶୁଣି ସେମାନଙ୍କ ପାଖରେ ପହଞ୍ଚିଛି ଜିଲ୍ଲା ପ୍ରଶାସନ । ‘ଇଟିଭି ଭାରତ’ର ମହାପ୍ରଭାବରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚିଥିଲେ ଜିଲ୍ଲା ଶିଶୁ ଅଧିକାରୀ । ତେବେ ପ୍ରଶାସନ ପହଞ୍ଚିବା ପରେ କ’ଣ ରହିଥିଲା ସେଠାକାର ଦୃଶ୍ୟ ଦେଖନ୍ତୁ :

ଅଧିକ ପଢନ୍ତୁ : ମା’ ସ୍ନେହରୁ ବଞ୍ଚିତ ଦୁଇ କଅଁଳ କଢି, ଜଙ୍ଗଲରେ ଖୋଜୁଛନ୍ତି ସାହାରା

ସିନାପାଲି ବ୍ଲକ ମାନ୍ଦଳପଖାନ ଗାଁରେ ପଡିଛି ଜିଲ୍ଲା ପ୍ରଶାସନର ପାଦ । ଦୁଇ କଅଁଳ କଢିଙ୍କୁ ଉଦ୍ଧାର କରି ଥଇଥାନ କରିବା ପାଇଁ ପହଞ୍ଚି ଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଜିଲ୍ଲାପାଳ ଡ଼ଃ ପୋମା ଟୁଡୁଙ୍କ ନିର୍ଦ୍ଦେଶ କ୍ରମେ ସହାୟତା ନେଇ ପହଞ୍ଚି ଥିଲେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ଘଟଣାସ୍ଥଳରେ ପହଞ୍ଚି ଶିଶୁ ଦୁହିଁଙ୍କ ସ୍ଥିତି ସମୀକ୍ଷା କରିଥିଲେ ଗୋର୍ଲା ଗ୍ରାମପଞ୍ଚାୟତ ସରପଞ୍ଚ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ।

ଶିଶୁ ଦୁହିଁଙ୍କ ଅବସ୍ଥା ଦେଖିବା ପରେ ଜିଲ୍ଲାପାଳଙ୍କ ତତ୍ତ୍ବାବଧାନରେ ସେମାନଙ୍କୁ ଆଶ୍ରୟ ସହ ଖାଦ୍ୟ ଓ ଶିକ୍ଷା ଯୋଗାଇବାର ପ୍ରସ୍ତାବ ଦେଇଥିଲେ ଶିଶୁ ସୁରକ୍ଷା ଅଧିକାରୀ । କିନ୍ତୁ ଶିଶୁ ଦୁହିଁଙ୍କ ବାପା ହାଇଦ୍ରାବାଦରୁ ଆସିଲେ ହିଁ ଯାଇ ପ୍ରଶାସନକୁ ସେମାନଙ୍କ ଦାୟିତ୍ବ ହସ୍ତାନ୍ତର ହେବା ନେଇ ଯୁକ୍ତି ବାଢିଥିଲେ ସେମାନଙ୍କ ବଡବାପା ରାଜମନ ବନବାସୀ । ସତ ଚେଷ୍ଟା ପରେ ବି ଶେଷରେ ନିରାଶ ହୋଇଛି ପ୍ରଶାସନ । ଫଳରେ ଖାଲି ହାତରେ ଫେରିଛି ପ୍ରଶାସନ।

ଭିଡିଓ ସୌଡନ୍ୟ: ପ୍ରତିନିଧି, ନୂଆପଡା

ଅନ୍ୟପଟେ ଶିଶୁ ଦୁହିଁଙ୍କ ପାଇଁ ଏହା ଏକ ଭଲ ସୁଯୋଗ ଥିଲା ବୋଲି ପ୍ରକାଶ କରିଛନ୍ତି ଗୋର୍ଲା ସରପଞ୍ଚ । ତାଙ୍କ କହିବା ଅନୁସାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ବାସଗୃହ ପରି ମୌଳିକ ଅଧିକାର ଏହି ଶିଶୁ ଦୁହିଁଙ୍କୁ ମଧ୍ୟ ମିଳିବା ଦରକାର । ହେଲେ ବଡବାପା, ବଡମା’ଙ୍କ ସଚେତନତାର ଅଭାବ ଯୋଗୁଁ ଆଜି ପ୍ରଶାନର ସତ ଚେଷ୍ଟା ପରେ ବି ସୁନେଲି ଭବିଷ୍ୟତରୁ ହାତ ଧୋଇଛନ୍ତି ଦୁହେଁ ।

ତେବେ ‘ଇଟିଭି ଭାରତ’ରେ ଏହି ଖବର ପ୍ରଥମେ ପ୍ରସାରିତ ହୋଇଥିବାରୁ ଏନେଇ ଟିମ୍‌କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ତାଙ୍କ କହିବା ଅନୁଯାୟୀ ‘ଇଟିଭି ଭାରତ’ର ପ୍ରୟାସ ଯୋଗୁଁ ଜିଲ୍ଲାରେ ଥିବା ଏହି ଦୁର୍ଗମ ଅଞ୍ଚଳର ଦୁଇ ଅସହାୟ ଶିଶୁଙ୍କ ବିଷୟରେ ଜାଣିବାକୁ ମିଳିଥିଲା । ଯାହା ନିଶ୍ଚୟ ଭାବେ ପ୍ରଶଂସା ଯୋଗ୍ୟ । ହେଲେ ସେମାନଙ୍କ ପରିବାର ଅରାଜି ହେବାରୁ ଖାଲି ହାତରେ ଫେରିବା ହିଁ ସାର ହୋଇଛି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

Last Updated : May 14, 2019, 11:58 PM IST

ABOUT THE AUTHOR

...view details