ଓଡିଶା

odisha

ETV Bharat / state

ହିଟ୍‌‌ ଆଣ୍ଡ ରନ୍‌‌ ଆଇନକୁ ଡ୍ରାଇଭର ମହାସଂଘର ବିରୋଧ

Driver Association Protest Against New Hit And Run Law: ସର୍ବଭାରତୀୟ ସ୍ତରରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯାରି ରହିଛି । ତେବେ ଏନେଇ ଓଡିଶା ଡ୍ରାଇଭର ମହାସଂଘ ଆହ୍ବାନ କ୍ରମେ ଆଜି ନୂଆପଡା ଜିଲ୍ଲା ବ୍ୟାପି ଡ୍ରାଇଭର ମହାସଂଘ ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Jan 6, 2024, 10:06 PM IST

ହିଟ୍‌‌ ଆଣ୍ଡ ରନ୍‌‌ ଆଇନ
ହିଟ୍‌‌ ଆଣ୍ଡ ରନ୍‌‌ ଆଇନ

ହିଟ୍‌‌ ଆଣ୍ଡ ରନ୍‌‌ ଆଇନ

ନୂଆପଡା:ହିଟ୍‌‌ ଆଣ୍ଡ ରନ୍‌‌ ମାମଲାରେ ଦଣ୍ଡବିଧାନ ବ୍ୟବସ୍ଥାକୁ ବିରୋଧ କରି ଚାଲିଛି ଯୋରଦାର ବିରୋଧ । ସର୍ବଭାରତୀୟ ସ୍ତରରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଯାରି ରହିଛି । ତେବେ ଏନେଇ ଓଡିଶା ଡ୍ରାଇଭର ମହାସଂଘ ଆହ୍ବାନ କ୍ରମେ ଆଜି ନୂଆପଡା ଜିଲ୍ଲା ବ୍ୟାପି ଡ୍ରାଇଭର ମହାସଂଘ ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଓଡିଶା ଡ୍ରାଇଭର ମହାସଂଘର ଆହ୍ବାନ କ୍ରମେ ଆଜି ନୂଆପଡା ଜ଼ୀଲ୍ଲା ଖଡ଼ିଆଳ, ନୂଆପଡା, କୋମନା, ବୋଡେ଼ନ, ସିନାପାଲି ଆଦି ବ୍ଲକ ଅଞ୍ଚଳରେ ଡ୍ରାଇଭର ମହାସଂଘ ପକ୍ଷରୁ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିକ୍ଷୋଭ ପ୍ରଭାବରେ ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ କିଛି ସମୟ ଧରି ଗାଡିମୋଟର ଯାନବାହାନ ଚଳାଚଳ ଏକ ପ୍ରକାର ଅଚଳ ହୋଇ ପଡ଼ିଥିଲା । ଏନେଇ ଜିଲ୍ଲାର ପ୍ରମୁଖ ସହର ଖଡ଼ିଆଳ 353 ଜାତୀୟ ରାଜପଥ ଖଡ଼ିଆଳ ଚଳାନ ପଡା ବଡପୋଲ ଛକ ଠାରେ ଶହଶହ ଡ୍ରାଇଭର ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାସ୍ତାରେ ଯାତାୟତ କରୁଥିବା ଗାଡିମୋଟରକୁ ଅଟକାଇ ଡ୍ରାଇଭରଙ୍କୁ ସଚେତନ କରୁଥିବା ଦୃଶ୍ୟ ଦେଖାଦେଇଛି । ଫଳରେ 353 ନଂ ଜାତୀୟ ରାଜପଥ ଖଡ଼ିଆଳ ନୂଆପଡା ଯାତାୟତ କିଛି ସମୟ ପାଇଁ ବାଧା ଉପୁଜିଥିବା ଦେଖାଦେଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ହିଟ୍ ଆଣ୍ଡ ରନ ଆଇନକୁ ବିରୋଧ, ଆଜି ସୁବର୍ଣ୍ଣପୁରରେ ଷ୍ଟିଅରିଂ ଛାଡ ଆନ୍ଦୋଳନ

ସରକାର ନୂତନ ଭାରିଯାନ ନିୟମରେ ଉଲ୍ଲେଖ କରିଛନ୍ତି, ଯେ କୌଣସି ଗାଡି ଚାଳକ ଦୁର୍ଘଟଣା ଘଟାଇ ଚାଲିଯାଏ ତେବେ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ 7 ଲକ୍ଷ ଟଙ୍କା ଜରିମନା ଏବଂ 10 ବର୍ଷ ସଶ୍ରମ ଜେଲଦଣ୍ଡ ଭୋଗିବାକୁ ପଡ଼ିବ । ଏହି ନିୟମକୁ ଡ୍ରାଇଭର ମହାସଂଘ କଡାକଡି ଭାବରେ ବିରୋଧ କରିଛନ୍ତି । ସରକାର ତୁରନ୍ତ ଏହି ନିୟମକୁ ପ୍ରତ୍ୟାହାର କରାନ୍ତୁ । କାରଣ କୌଣସି ଡ୍ରାଇଭର ଜାଣି ବୁଝି ଦୁର୍ଘଟଣା ଘଟାଇ ନଥାଏ । ଅଜାଣତରେ ଦୁର୍ଘଟଣା ଘଟିଥାଏ । ସରକାର ଏଭଳି ନିୟମ କରିବା ଦ୍ୱାରା ଡ୍ରାଇଭରମାନେ ଅସୁବିଧାର ସମ୍ମୁଖୀନ ହେବେ । ଜଣେ ଡ୍ରାଇଭର ଗରିବ ଶ୍ରେଣୀର ହୋଇଥିବା କାରଣରୁ ଡ୍ରାଇଭର କାମ କରିଥାଏ । ତାଙ୍କ ପାଖରେ ଲକ୍ଷ ଲକ୍ଷ ଟଙ୍କା ନଥାଏ । ପରିବାର ପ୍ରତିପୋଷଣ ନେଇ କାମ କରୁଥିବା ଡ୍ରାଇଭର ପ୍ରତି ଏହା ଜୁଲୁମ କରାଯାଉଥିବା ସମୂହ ଡ୍ରାଇଭର ଅଭିଯୋଗ କରିଛନ୍ତି । ସରକାର ତୁରନ୍ତ ଏହି ନିୟମକୁ ପ୍ରତ୍ୟାହାର କରିନେବାକୁ ଦାବି କରିଛନ୍ତି । ସରକାର ତୁରନ୍ତ ହିଟ୍‌‌ ଆଣ୍ଡ ରନ୍‌ ଆଇନ ପ୍ରତ୍ୟାହାର କରନ୍ତୁ, ନଚେତ ବଡ ଧରଣର ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି ଡ୍ରାଇଭର ସଂଘ ।

ଇଟିଭି ଭାରତ, ନୂଆପଡ଼ା

ABOUT THE AUTHOR

...view details