ଓଡିଶା

odisha

ETV Bharat / state

ମାଓ ମୁକାବିଲା ପାଇଁ ଗଠନ ହେବ ପୋଲିସ ଯବାନ ମିଳିତ ଟ୍ରାକ୍ସଫୋର୍ସ: ସୁନୀଲ ବଂଶଲ - ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ

ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ନୂଆପଡା ଗସ୍ତ । ଦିନିକିଆ ନୂଆପଡା ଗସ୍ତରେ ଯାଇ ମାଓ ଗତିବିଧି ଉପରେ ପୋଲିସ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କଲେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ । ଅଧିକ ପଢନ୍ତୁ

ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ନୂଆପଡା ଗସ୍ତ
ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ନୂଆପଡା ଗସ୍ତ

By

Published : Nov 4, 2022, 8:29 PM IST

Updated : Nov 4, 2022, 10:00 PM IST

ନୂଆପଡା: ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ( DGP Sunil Bansal) ଙ୍କ ନୂଆପଡା ଗସ୍ତ । ଆଜି ଦିନିକିଆ ଗସ୍ତରେ ଆସି ନବ ନିର୍ମିତ ପୋଲିସ ଇଣ୍ଟିଲିଜେନ୍ସି ଅଫ ଅପରେସନ ବିଲ୍ଡିଂ ଗୃହକୁ ଉଦଘାଟନ କରିଥିଲେ ପୋଲିସ ମହାନିର୍ଦ୍ଦେଶକ । ଏହା ପରେ ମାଓ ଗତିବିଧି ଉପରେ ପୋଲିସ ଅଧିକାରୀ ମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାରେ ମାଓ କାର୍ଯ୍ୟକଳାପ ରୋକିବାରେ ନୂଆପଡାର ଯବାନଙ୍କ ପଦକ୍ଷେପକୁ ପ୍ରଶଂସା କରିଥିଲେ ଡିଜିପି ।

ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ନୂଆପଡା ଗସ୍ତ

ଖୁବ ଶୀଘ୍ର ନୂଆପଡା ଓ ଛତିଶଗଡ଼ ସୀମାନ୍ତ ବୋର୍ଡର ରୃଆରେ ଦୁଇ ରାଜ୍ୟର ପୋଲିସ ଯବାନ ମିଳିତ ଟ୍ରାକ୍ସଫୋର୍ସ ଗଠନ କରି ମାଓ ମୁକାବିଲା କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଏଥି ସହ ମାଓ ପ୍ରଭାବିତ ଅଞ୍ଚଳର ଉନ୍ନୟନ ମୂଳକ କାମ ଅଗ୍ରଗତିକୁ ନେଇ ଖୁସି ବ୍ୟକ୍ତ କରିଥିଲେ ପୋଲିସ ମହାନିର୍ଦ୍ଦେଶକ । ଶେଷରେ ମାଓବାଦୀ ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଆହ୍ବାନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ-ଧାମନଗରରେ ଜିତିବ ବିଜେପି: ପୃଥୀବିରାଜ

ପୋଲିସ ଡିଜିପିଙ୍କ ଏହି ଦିନିକିଆ ଗସ୍ତରେ ସୁନୀଲ ବଂଶଲଙ୍କ ସହ ଡ଼ାଇରେକ୍ଟର ଅଫ ଇଣ୍ଟିଲିଜେନ୍ସି ସଂଜୀବ ପଣ୍ଡା, ADG ଆରକେ ଶର୍ମା, IG ଅଫ ପୋଲିସ ଅପରେସନ ଅମିତାଭ ଠାକୁର ଓ DIG ରାଜେଶ ପଣ୍ଡିତ ପ୍ରମୁଖ ନୂଆପଡା ଗସ୍ତରେ ଆସିଥିଲେ । ଏହି ଅବସରରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ନବ ନିର୍ମିତ ପୋଲିସ ଇଣ୍ଟିଲିଜେନ୍ସି ଅଫ ଅପରେସନ ବିଲଡିଂ ଗୃହର ଶୁଭ ଉଦଘାଟନ କରିଛନ୍ତି ।

ଏନେଇ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ କହିଛନ୍ତି, ''ଏହି ଜିଲ୍ଲାରେ ଜଏଣ୍ଟ ଟାକ୍ସ ଫୋର୍ସ କରାଯିବ । ଏଥିରେ ଓଡିଶା ପୋଲିସ କର୍ମଚାରୀ ଏବଂ ସିଆରପିଏଫର ଯବାନ ରହିବେ । ମୁଁ ନକ୍ସଲ ମାନଙ୍କୁ ଅନୁରୋଧ କରୁଛି, ହିଂସା ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ , ଯାହା ସମସ୍ତଙ୍କ ପାଇଁ ଭଲ ହେବ ।''

ଇଟିଭି ଭାରତ,ନୂଆପଡା

Last Updated : Nov 4, 2022, 10:00 PM IST

ABOUT THE AUTHOR

...view details