ଓଡିଶା

odisha

ETV Bharat / state

ବ୍ରାହ୍ମଣପଡାରେ ବୃଦ୍ଧି ପାଉଛି କୋଭିଡ ଆକ୍ରାନ୍ତ, ଡେରା ପକାଇଛି ଡାକ୍ତରୀ ଟିମ

ସିନାପାଲି ବ୍ଲକ ବ୍ରାହ୍ମଣପଡା ଗ୍ରାମରେ ବ୍ୟାପକ ମାତ୍ରାରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଏବେ ଗ୍ରାମରେ ଡେରା ପକାଇଛି ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ । ଅଧିକ ପଢନ୍ତୁ...

ବ୍ରାହ୍ମଣପଡାରେ ବୃଦ୍ଧି ପାଉଛି କୋଭିଡ ଆକ୍ରାନ୍ତ
ବ୍ରାହ୍ମଣପଡାରେ ବୃଦ୍ଧି ପାଉଛି କୋଭିଡ ଆକ୍ରାନ୍ତ

By

Published : Mar 29, 2021, 8:45 PM IST

ନୂଆପଡା: ସିନାପାଲି ବ୍ଲକ ବ୍ରାହ୍ମଣପଡା ଗ୍ରାମରେ ବ୍ୟାପକ ମାତ୍ରାରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ଏବେ ଗ୍ରାମରେ ଡେରା ପକାଇଛି ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତରୀ ଟିମ । ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନରସିଂ ଅଫିସର ରିତେଶ କୁମାର ଦୁବେଙ୍କ ନେତୃତ୍ବରେ ଏକ ଟିମ ବ୍ରାହ୍ମଣପଡା ଗାଁର ବିଭିନ୍ନ ସାହିରେ କ୍ୟାମ୍ପ କରି ସ୍ୱାବ ସଂଗ୍ରହ କରୁଥିବା ଦେଖାଦେଇଛି ।

ବ୍ରାହ୍ମଣପଡାରେ ବୃଦ୍ଧି ପାଉଛି କୋଭିଡ ଆକ୍ରାନ୍ତ

କୋଭିଡ ଦ୍ଵିତୀୟ ଲହରରେ ସିନାପାଲି ବ୍ଲକର ବିଭିନ୍ନ ସ୍ଥାନରୁ ସୋମବାର ଯାଏଁ 400 ଲୋକଙ୍କୁ କୋଭିଡ ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ 61 ଜଣ ଲୋକ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବାବେଳେ, କେବଳ ଗୋଟିଏ ବ୍ରାହ୍ମଣପଡା ଗ୍ରାମରୁ 51 ଜଣ ଲୋକ କୋଭିଡ ପଜିଟିଭରେ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏବେ ସିନାପାଲି ସ୍ବାସ୍ଥ୍ୟ ବିଭାଗ ଅଙ୍ଗନୱାଡି କର୍ମୀ, ଆଶାଦିଦି, SHG ଗ୍ରୁପ, ଜରିଆରେ ଗାଁରେ ସଚେତନତା କାର୍ଯ୍ୟ ଚାଲିଥିବା ନରସିଂ ଅଫିସର ରିତେଶ କୁମାର ଦୁବେ ପ୍ରକାଶ କରିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details