ଓଡିଶା

odisha

ETV Bharat / state

ସରପଞ୍ଚଙ୍କ କୋରୋନା ସଚେତନତା, ନିଜ ଖର୍ଚ୍ଚରେ ବାଣ୍ଟୁଛନ୍ତି ମାସ୍କ

କୋଭିଡ-19 ହାରିବ, ରିଷିଗାଁ ଗ୍ରାମପଞ୍ଚାୟତ ନିଶ୍ଚିତ ବିଜୟୀ ହେବ । ଏହି ମନୋବଳ ନେଇ ରିଷିଗାଁ ପଞ୍ଚାୟତ ସରପଞ୍ଚ ମାଲ୍ୟବନ୍ତ ସୁନା ସରକାରୀ ସହାୟତାକୁ ଅପେକ୍ଷା ନକରି ପଞ୍ଚାୟତବାସୀଙ୍କୁ ନିଜ ଖର୍ଚ୍ଚରେ ମାସ୍କ ବାଣ୍ଟୁଥିବାର ଦେଖିବାର ମିଳିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର..

ରିଷିଗାଁ ପଞ୍ଚାୟତ ସରପଞ୍ଚଙ୍କ କୋରୋନା ସଚେତନତା, ନିଜ ଖର୍ଚ୍ଚରେ ବାଣ୍ଟୁଛନ୍ତି ମାସ୍କ
corona-awarness-spred-by-rishigan-gp-sarapancha

By

Published : Apr 18, 2020, 10:51 AM IST

ନୂଆପଡା: ଖଡ଼ିଆଳ ବ୍ଳକ ରିଷିଗାଁ ପଞ୍ଚାୟତ ସରପଞ୍ଚ ମାଲ୍ୟବନ୍ତ ସୁନାଙ୍କ କୋରୋନା ସଚେତନତା । କାନ୍ଧରେ ବ୍ୟାଗ ହାତରେ ମାସ୍କ ଧରି ଘରଘର ବୁଲି ଗ୍ରାମପଞ୍ଚାୟତବାସୀଙ୍କୁ ମାଗଣାରେ ବାଣ୍ଟିଲେ ମାକ୍ସ । ସେ କୌଣସି ସରକାରୀ ସହାୟତାକୁ ଅପେକ୍ଷା ନକରି ଲୋକସେବାରେ ମନ ବଳାଇଛନ୍ତି । ନିଜ ଖର୍ଚ୍ଚରେ ମାସ୍କ ବାଣ୍ଟୁଥିବା ସୂଚନା ଦେଇଛନ୍ତି ସରପଞ୍ଚ ।

ପଞ୍ଚାୟତର ଜନସାଧାରଣଙ୍କୁ କୋଭିଡ-19ରୁ ସୁରକ୍ଷା ଦେବାପାଇଁ ଏହା ମୋର ଛୋଟ ପ୍ରୟାସ ବୋଲି ସରପଞ୍ଚ କହିଛନ୍ତି । କୋଭିଡ-19 ହାରିବ, ରିଷିଗାଁ ଗ୍ରାମପଞ୍ଚାୟତ ନିଶ୍ଚିତ ବିଜୟୀ ହେବ ବୋଲି ସରପଞ୍ଚ ଦୃଢତାର ସହ କହିଛନ୍ତି । ଗ୍ରାମପଞ୍ଚାୟତର ରିଷିଗାଁ, ନର୍ସିଂପୁର, ସରଗାଦି ଗ୍ରାମର ପ୍ରତ୍ୟେକ ନାଗରିକଙ୍କୁ ମାସ୍କ ବଣ୍ଟନ କରିବେ ବୋଲି କହିଛନ୍ତି ସରପଞ୍ଚ ।

ରିଷିଗାଁ ପଞ୍ଚାୟତ ସରପଞ୍ଚଙ୍କ କୋରୋନା ସଚେତନତା, ନିଜ ଖର୍ଚ୍ଚରେ ବାଣ୍ଟୁଛନ୍ତି ମାସ୍କ

ଏହାବ୍ୟତୀତ ସରକାରଙ୍କ ଲକଡାଉନ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ରିଷିଗାଁ ବିଦ୍ୟାଳୟ ଠାରେ 20 ସଜ୍ଜା ବିଶିଷ୍ଟ ଆଇସୋଲେସନ ବେଡ୍ ସ୍ଥାପନ କରିଛନ୍ତି । ସେହିଭଳି ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ପକ୍ଷରୁ 1500 ଟଙ୍କା, ଖାଉଟି କାର୍ଡଧାରୀଙ୍କୁ 3ମାସର ଅଗ୍ରୀମ ଚାଉଳ 1000 ଟଙ୍କା ବଣ୍ଟନ କାର୍ଯ୍ୟ ଶେଷ ହୋଇଥିବା କହିଛନ୍ତି ।

ଗ୍ରାମପଞ୍ଚାୟତ ପିଇଓ ନମିତା ସାହୁ, ଜିଆର୍‌ଏସ୍‌ କାହ୍ନୁଚରଣ ବେହେରା, ପଞ୍ଚାୟତର ସମସ୍ତ ନିର୍ବାଚନ ପ୍ରତିନିଧି, ଆଶା, ଅଙ୍ଗନବାଡି କର୍ମୀ, ମହିଳା ଓ ପୁରୁଷ ଉଭୟ ସ୍ବାସ୍ଥ୍ୟକର୍ମୀ ସମସ୍ତେ କୋଭିଡ-19 ଯୁଦ୍ଧରେ ସୈନିକ ସାଜିଥିବା ସରପଞ୍ଚ କହିଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details