ଓଡିଶା

odisha

ETV Bharat / state

ନୂତନ ଜିଲ୍ଲାପାଳଙ୍କ ପ୍ରଥମ ଜନଶୁଣାଣି ସଭା

ନୂଆପଡାର ନୂତନ ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ସାହୁ ପ୍ରଥମ କରି ଅଭିଯୋଗ ଶୁଣାଣି ସଭା ଅନୁଷ୍ଠିତ କରିଛନ୍ତି । ଜିଲ୍ଲାପାଳଙ୍କ ଠାରୁ ସମସ୍ୟାର ସମାଧାନର ପ୍ରତିଶୃତି ପାଇ ଲୋକେ ବେଶ ଖୁସି  ହୋଇଥିଲେ ।

By

Published : Jul 15, 2019, 11:49 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

ନୂଆପଡା: ଜିଲ୍ଲାରେ ଜିଲ୍ଲାପାଳଙ୍କ ବଦଳି ହେବାପରେ ନୂଆପଡା ଜିଲ୍ଲାପାଳ ଭାବରେ ଶ୍ରୀମତୀ ମଧୁସ୍ମିତା ସାହୁ ଯୋଗଦେଇଛନ୍ତି । ସୋମବାର ଦିନ ପ୍ରଥମ କରି ଖଡିଆଳ ବ୍ଲକ ସଭାଗୃହ ଠାରେ ଅଭିଯୋଗ ଶୁଣାଣି ସଭା ଅନୁଷ୍ଠିତ କରିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ଏନେଇ ନୂତନ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ନିଜ ସମସ୍ୟା ଜଣାଇବା ପାଇଁ ପ୍ରବଳ ଭିଡ ହୋଇଥିଲା । ଆଜି ୯୯ ଜଣ ଅଭିଯୋଗ କରୀ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କ ଠାରୁ ସମସ୍ୟାର ସମାଧାନର ପ୍ରତିଶୃତି ପାଇ ଲୋକେ ବେଶ ଖୁସି ହୋଇଥିଲେ । ଏହି ଅବସରରେ ଆଗାମୀ ଦିନରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ,ବିଜୁଳି ପାଣି ଭଳି ମୌଳିକ ସମସ୍ୟା ପ୍ରତି ଧ୍ୟାନ ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲାପାଳ ମଧୁସ୍ମିତା ସାହୁ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details