ଓଡିଶା

odisha

ETV Bharat / state

ଭାରସାମ୍ୟ ହାରଇ ଓଲଟିଲା ବୋଲେରୋ, ଗୁରୁତର ଗର୍ଭବତୀ ଉଦ୍ଧାର

ଭାରସାମ୍ୟ ହରାଇ ଓଲଟିଲା ବୋଲେରୋ । ଅଳ୍ପକେ ବର୍ତ୍ତିଲେ ଗର୍ଭବତୀ । ଅଧିକ ପଢନ୍ତୁ..

By

Published : May 13, 2020, 1:21 AM IST

Updated : May 29, 2020, 4:09 PM IST

bolero overturned in sinapali,pregnant lady rescued
ଭାରସାମ୍ୟ ହାରଇ ଓଲଟିଲା ବୋଲେରୋ

ନୂଆପଡା: ଚଟିଆଗୁଡା ଗାଁ ନିକଟରେ ସଡକ ଦୁର୍ଘଟଣା । ନିରାପଦ ମାତୃତ୍ୟ ପାଇଁ ଗର୍ଭବତୀଙ୍କୁ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନେଉଥିବା ବେଳେ ଘଟିଲା ଦୁର୍ଘଟଣା । ଗୁରୁତର ଗର୍ଭବତୀଙ୍କୁ ଉଦ୍ଧାର କଲା ସିନାପାଲି ଦମକଳ ବାହିନୀ ।

ଭାରସାମ୍ୟ ହାରଇ ଓଲଟିଲା ବୋଲେରୋ, ଗୁରୁତର ଗର୍ଭବତୀ ଉଦ୍ଧାର

ସୂଚନା ଅନୁସାରେ, ସିନାପାଲି ବ୍ଲକ ଗୋବିନ୍ଦପୁର ମାଲପଡା ଗାଁର ଦୟାନିଧି ବାଗଙ୍କ ସ୍ତ୍ରୀ ସୁମିତ୍ରା ବାଗ ଆଶାକର୍ମୀ ଇନ୍ଦୁମତି କଟାଙ୍କ ସାହାଯ୍ୟରେ ଏକ ବୋଲେରୋ ଗାଡ଼ିରେ ସିନାପାଲି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ର ଯାଉଥିଲେ । ଚଟିଆଗୁଡା ଗାଁ ଠାରେ ବିପରୀତ ଦିଗରୁ ଏକ ସାଇକଲ ଆରୋହି ଆସୁଥିଲେ । ତାକୁ ଦୁର୍ଘଟଣାରୁ ବଞ୍ଚାଇବାକୁ ଯାଇ ବୋଲେରୋ ଡ୍ରାଇଭର ଭାରସାମ୍ୟ ହରାଇ ଦେଇଥିଲେ । ଫଳରେ ବୋଲେରୋ ଓଲଟି ପଡିଥିଲା ।

ଖବର ପାଇ ସିନାପାଲି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଗର୍ଭବତୀଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସିନାପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

Last Updated : May 29, 2020, 4:09 PM IST

ABOUT THE AUTHOR

...view details