ନୂଆପଡା: ପୋଲିସ ହାତରେ ପୁଣି ଉଦ୍ଧାର ହୋଇଛନ୍ତି ଦାଦନ ଶ୍ରମିକ । ବୋଡେନ ପୋଲିସ ଦ୍ଵାରା ଉଦ୍ଧାର ଶ୍ରମିକମାନେ ବୋଡେନ ବ୍ଲକ ପାଟଦରା ଗ୍ରାମର ବୋଲି ଜଣା ପଡିଛି । ପ୍ରାକ୍ତ ସୂଚନା ଅନୁଯାୟୀ ଶନିବାର ରାତ୍ରି ପ୍ରାୟ 9ଟା ବେଳେ 35 ଜଣ ଦାଦନ ଶ୍ରମିକ ବେଆଇନ ଭାବରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲେ ।
ଏନେଇ ଖବର ପାଇ ବୋଡେନ ପୋଲିସ ଅତର୍କିତ ଚଢାଉ କରି ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲା । ସେପଟେ ଶ୍ରମିକ ଦଲାଲ ପୋଲିସକୁ ଚକମା ଦେଇ ଖସି ପଳାଇବାରେ ସଫଳ ହୋଇଛି । ପ୍ରାଥମିକ ତଦନ୍ତରୁ ଏହି ଶ୍ରମିକମାନେ ପାଟଦରା ଗାଁର ବୋଲି ଜଣାପଡିଛି ।