ନୂଆପଡା: ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ରତ୍ନବେଦୀକୁ ଫେରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ମାଉସୀ ମା’, ଆଖିରୁ ଲୋତକ ବୁହାଇ ବିଦାୟ ଦେଇଛନ୍ତି ଭାଇ ଭଉଣୀଙ୍କୁ । ଅପେକ୍ଷା ପୁଣି ଆର ବର୍ଷକୁ । ଏ ଅପୂର୍ବ ଦୃଶ୍ୟ ହେଉଛି ସିନାପାଲି ସହରର । ଯେଉଁଠାରେ ମାଉସୀ ମା’ ମନ୍ଦିରରୁ ବାହାରି ଭକ୍ତଙ୍କ ଭିଡରେ ପୁଣି ରତ୍ମବେଦୀରେ ପହଞ୍ଚିଛନ୍ତି କାଳିଆ ସାଆନ୍ତେ ।
ପୁରୀ ରଥଯାତ୍ରା ନୀତିକାନ୍ତିରେ ଏଠାରେ ଦୀର୍ଘ ବର୍ଷ ଧରି ପାଳନ ହୋଇ ଆସୁଛି ରଥଯାତ୍ରା । ପୁରୀ ଗଜପତି ମହାରାଜା ସିନାପାଲି ଶ୍ରୀମନ୍ଦିରର ଶୁଭ ଦେବା ପରଠାରୁ ଏଠାରେ ପାଳନ ହୋଇ ଆସୁଛି ଘୋଷଯାତ୍ରା । ତେବେ ଏଠାକାର ରଥଯାତ୍ରାକୁ ନେଇ ରହିଛି କିଛି ନିଆରା ପରମ୍ପରା । ଯାହା ଅନୁଯାୟୀ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣିଥାନ୍ତି ।