ଓଡିଶା

odisha

ETV Bharat / state

400ରୁ ଊର୍ଦ୍ଧ୍ୱ ଅସହାୟଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ବାଣ୍ଟିଲେ ସିଆରପିଏଫ ଯବାନ

ସିଆରପିଏଫ ଯବାନଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ । ଅଞ୍ଚଳର ଶତାଧିକ ଅସହାୟ ଗରିବ ଲୋକମାନଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ସିଆରଏଫ ଯବାନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା । ଅଧିକ ପଢନ୍ତୁ...

Awareness program was organized  by CRPF
ସିଆରପିଏଫ ଯବାନଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

By

Published : Apr 24, 2020, 7:50 PM IST

ନୂଆପଡା: ଜିଲ୍ଲା 216 ବାଟାଲିୟମ ସିଆରପିଏଫ ଯବାନ ପକ୍ଷରୁ ଶୁକ୍ରବାର ବୋଡେନ ହାଇସ୍କୁଲ ପଡିଆ ଠାରେ ବୋଡେନ ସିଆରପିଏଫ କ୍ୟାମ୍ପ କମାଣ୍ଡେଟ ଆର. ସେତୁଙ୍କ ନେତୃତ୍ୱରେ କୋଭିଡ19 ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ-19 ସଚେତନତା କାର୍ଯ୍ୟରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସିଆରପିଏଫ 216 ବାଟାଲିୟମ ସେକେଣ୍ଡ ଇନ କମାଣ୍ଡେଟ ନରେନ୍ଦ୍ର ସିଂ ଯୋଗଦେଇ ଯବାନଙ୍କୁ ଉତ୍ସାହିତ କରିଛନ୍ତି । ଏହି ଅବସରରେ ମାଓ ପ୍ରବଣ ଅଞ୍ଚଳ ଦୁର୍ଗମ ଅପହଞ୍ଚ ଅଞ୍ଚଳର ଶତାଧିକ ଅସହାୟ ଗରିବ ଲୋକମାନଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବା ପାଇଁ ସିଆରଏଫ ଯବାନ ପକ୍ଷରୁ ନିମନ୍ତ୍ରଣ କରାଯାଇଥିଲା ।

ସିଆରପିଏଫ ଯବାନଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ଆୟୋଜିତ ସିଆରପିଏଫ ଯବାନଙ୍କ କୋଭିଡ-19 ସଚେତନତା କାର୍ଯ୍ୟରେ 216ସିଆରପିଏଫ ବାଟାଲିଅନ ପକ୍ଷରୁ 400ରୁ ଊର୍ଦ୍ଧ୍ବ ଲୋକଙ୍କୁ ମୁଖ୍ୟ ଅତିଥି ନରେନ୍ଦ୍ର ସିଂ ନିତ୍ୟ ବ୍ୟବହୃତ ସାମଗ୍ରୀ କୀଟ୍ ବଣ୍ଟନ କରିଛନ୍ତି। କିଟରେ ସାବୁନ, ଫିନାଇଲ, ସାନିଟାଇଜର, ମାସ୍କ, ହରଡ଼ ଡାଲି, ମୁଗ ଡାଲି ସହିତ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି । ମହାମାରୀ କୋଭିଡ19 ବିଷୟରେ ଲୋକଙ୍କୁ ସଚେତନ କରି ପରିଷ୍କାର ପରିଚ୍ଛନ୍ନତା ରହିବା ପାଇଁ କିଛି ସାମଗ୍ରୀ ଓ ଖାଦ୍ୟ ବଣ୍ଟନ କରି ଲୋକଙ୍କୁ ଜାଗ୍ରତ କରିବା ମୂଳ ଲକ୍ଷ ବୋଲି ମୁଖ୍ୟ ଅତିଥି ନରେନ୍ଦ୍ର ସିଂ ସୂଚନା ଦେଇଛନ୍ତି । ଏଭଳି କାର୍ଯ୍ୟ କେବଳ ବୋଡେନରେ ହେଉନାହିଁ ଜିଲ୍ଲା ବ୍ୟାପି କରାଯାଉଥିବା ଜଣାପଡିଛି । ଏନେଇ ସିଆରପିଏଫ କମାଣ୍ଡେଟ ବାର୍ତ୍ତା ଦେଇଛନ୍ତି।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details