ଓଡିଶା

odisha

ETV Bharat / state

ଅଟୋ ଡ୍ରାଇଭରଙ୍କୁ ଆର୍ଥିକ ସହାୟତା ଦେବାକୁ ଜେଏମଡି ସଙ୍ଘର ଦାବି

କୋରୋନା ପାଇଁ ଜାରି ରହିଥିବା ଲକଡାଉନ ହେତୁ, କାମକୁ ଯାଇପାରୁନାହାନ୍ତି ଅଟୋ ଡ୍ରାଇଭର ମାନେ । ଫଳରେ ସେମାନେ ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଛନ୍ତି । ଅଧିକ ଖବର ପଢନ୍ତୁ...

By

Published : Apr 21, 2020, 10:21 AM IST

auto union
ଅଟୋ ଡ୍ରାଇଭରଙ୍କୁ ଆର୍ଥିକ ସହାୟତା ଦେବାକୁ ଜେଏମଡି ସଙ୍ଘର ଦାବି

ନୂଆପଡା: ଜିଲ୍ଲାର ଖଡ଼ିଆଳ ଜେଏମଡି ଅଟୋ ୟୁନିୟନ ଡ୍ରାଇଭର ସଂଘ ସରକାର ତୁରନ୍ତ ବିଚାର କରି ଅଟୋ ଡ୍ରାଇଭରଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଦାବି କରିଛି । ଲକଡାଉନ ପ୍ରଭାବରେ ଦୀର୍ଘ ଏକ ମାସ ହେବ ଅଟୋ ଗାଡ଼ିରେ ପଡିଛି ତାଲା । ସହରରେ ଅଟୋ ଚଲାଇ ସ୍ୱଳ୍ପ ରୋଜଗାର କରି ପରିବାର ପ୍ରତିପୋଷଣ କରୁଥିବା ଅଟୋ ଡ୍ରାଇଭରଙ୍କ ପରିବାରରେ ଦେଖାଦେଇଛି ସଙ୍କଟ ।

ଅଟୋ ଡ୍ରାଇଭରଙ୍କୁ ଆର୍ଥିକ ସହାୟତା ଦେବାକୁ ଜେଏମଡି ସଙ୍ଘର ଦାବି
ଅଟୋ ଡ୍ରାଇଭରଙ୍କୁ ଆର୍ଥିକ ସହାୟତା ଦେବାକୁ ଜେଏମଡି ସଙ୍ଘର ଦାବି

ସରକାରଙ୍କ ଲକଡାଉନ ନିୟମକୁ ପାଳନ କରି ହାତ ବାନ୍ଧି ଘରେ ବସିଛନ୍ତି ଡ୍ରାଇଭର । ହେଲେ ରୋଜଗାର ବନ୍ଦ ହେବାପରେ ଖାଇବେ କଣ ଆଉ କିପରି ତାଙ୍କ ପରିବାର ଚଳିବ । ଏନେଇ ସରକାର କୌଣସି ବିଚାର କଲେ ନାହିଁ ବୋଲି ୟୁନିୟନ ଅଭିଯୋଗ କରିଛି । ଏପଟେ ଚାଷୀ, ମୂଲିଆ, ରାସନକାର୍ଡ ଧାରୀ, ନିର୍ମାଣ ଶ୍ରମିକ, ଉଠାଦୋକାନୀ ସମସ୍ତଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି ସରକାର । ଅପରପକ୍ଷେ ଅଟୋ ଡ୍ରାଇଭରଙ୍କ ପରିବାର ପ୍ରତି ଅଣଦେଖା କଲେ ସରକାର ସ୍ୱଳ୍ପ ରୋଜଗାର କରି ପେଟ ଚଳାଉଥିବା ଅଟୋ ଡ୍ରାଇଭର ଙ୍କ ପେଟ କଥା ବୁଝି ପାରିଲେ ନାହିଁ ସରକାର ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details