ଓଡିଶା

odisha

ETV Bharat / state

ଚିକିତ୍ସା ସହାୟତା ଅପେକ୍ଷାରେ ଦୂରାରୋଗରେ ପୀଡିତ ଶଯ୍ୟାଶାୟୀ ମହିଳା

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସିତଲିଖଲିଆ ଗାଁରେ ଅର୍ଥ ଅଭାବରୁ ଚିକିତ୍ସା କରିନପାରି ବିଛଣାରେ ପଡିରହିଛନ୍ତି ଶର୍ଯ୍ୟାଶାୟୀ ମହିଳା । ପୀଡିତା ମହିଳା ଏବଂ ତାଙ୍କ ସ୍ବାମୀ ଗରିବ ଲୋକ ହୋଇଥିବାରୁ ଚିକିତ୍ସା ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଅଧିକ ପଢନ୍ତୁ...

ଚିକିତ୍ସା ସହାୟତା ପାଇଁ ଦୂରାରୋଗରେ ପୀଡିତ ଶର୍ଯ୍ୟାଶାୟୀ ମହିଳାଙ୍କ ନିବେଦନ
ଚିକିତ୍ସା ସହାୟତା ପାଇଁ ଦୂରାରୋଗରେ ପୀଡିତ ଶର୍ଯ୍ୟାଶାୟୀ ମହିଳାଙ୍କ ନିବେଦନ

By

Published : Sep 4, 2020, 9:51 PM IST

Updated : Sep 4, 2020, 10:13 PM IST

ନୂଆପଡା: ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅର୍ଥ ଅଭାବରୁ ଚିକିତ୍ସା କରିନପାରି ବିଛଣାରେ ପଡିରହିଛନ୍ତି ଶଯ୍ୟାଶାୟୀ ମହିଳା ଏବେ ସେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି। ପୀଡିତା ମହିଳା ଏବଂ ତାଙ୍କ ସ୍ବାମୀ ଗରିବ ଲୋକ ହୋଇଥିବାରୁ ଚିକିତ୍ସା ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି। ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ସିତଲିଖଲିଆ ଗାଁର ।

ଚିକିତ୍ସା ସହାୟତା ଅପେକ୍ଷାରେ ଦୂରାରୋଗରେ ପୀଡିତ ଶଯ୍ୟାଶାୟୀ ମହିଳା

ନୂଆପଡା ଜିଲ୍ଲା ସିତଲିଖଲିଆ ଗାଁର ଅସହାୟ ଗରିବ ମାଧବ କାଣ୍ଡଙ୍କ ସ୍ତ୍ରୀ ଚନ୍ଦ୍ରକାନ୍ତି କାଣ୍ଡ ପ୍ରାୟ 1 ବର୍ଷ ପୂର୍ବେ ନିଜ ଘର ପାଖରେ ଚେତାଶୂନ୍ୟ ହୋଇ ପଡିଯାଇଥିଲେ। ଏହାପରେ ମହିଳାଙ୍କ ବେକ ଏବଂ ଅଣ୍ଟାରେ ଶକ୍ତ ଆଘାତ ଲାଗିଥିଲା। ଚେତା ଶୂନ୍ୟ ଅବସ୍ଥାରେ ପରିବାର ଲୋକେ ଧାର କରଜ କରି ପ୍ରଥମେ ଧର୍ମଗଡ଼, ଭବାନୀପାଟଣା, ନୂଆପଡା ପରେ ୱାଲଟିଅରକୁ ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ସାମାନ୍ୟ ଆରୋଗ୍ୟ ହେବାପରେ ନିଜ ଗାଁ ସିତଲିଖଳିଆକୁ ଫେରାଇ ଆଣିଛନ୍ତି। ଏବେ ପୁଣି ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇ ଶଯ୍ୟାଶାୟୀ ଅଛନ୍ତି।

ସରକାର ଗରିବ ଲୋକଙ୍କ ଚିକିତ୍ସା ପାଇଁ ବିଭିନ୍ନ ପ୍ରକାରର ଯୋଜନା ପରେ ଯୋଜନା କରିଛନ୍ତି କିନ୍ତୁ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଏ ଭଳି ସମୟରେ ଅଧିକ ଚିକିତ୍ସା ପାଇଁ କେହି ସହୃଦୟ ବ୍ୟକ୍ତି କିମ୍ବା ସରକାର ସାହାଯ୍ୟର ହାତ ବଢାଇଲେ ପୀଡିତା ଚନ୍ଦ୍ରକାନ୍ତି କାଣ୍ଡ ଆରୋଗ୍ୟ ଲାଭ କରିପାରନ୍ତି ।

ନୂଆପଡାରୁ ମୋତିଲାଲ ବାଗ,ଇଟିଭି ଭାରତ

Last Updated : Sep 4, 2020, 10:13 PM IST

ABOUT THE AUTHOR

...view details