ନୂଆପଡା: ଜନ୍ମଦିନରେ ଚାଲିଗଲା 9 ବର୍ଷ ଶିଶୁ କନ୍ୟାର ଜୀବନ । ନୂଆପଡା ଜିଲ୍ଲା ଖଡ଼ିଆଳସ୍ଥିତ ବୋଡେ଼ନ ଛକ ନିକଟରେ ଜନ୍ମଦିନରେ ମନ୍ଦିରରୁ ବାପାମାଆଙ୍କ ସାଥିରେ ଫେରୁଥିବା ଏକ 9 ବର୍ଷ ଶିଶୁ କନ୍ୟାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ରବିବାର ଖଡ଼ିଆଳ ସହର ନିବାସୀ ଦିବ୍ୟ ଖମ୍ପରିଆଙ୍କ 9 ବର୍ଷର ଶିଶୁକନ୍ୟା ବୈଷ୍ଣବୀ ଖମ୍ପରିଆଙ୍କ ଜନ୍ମଦିନ ଥିଲା । ସେଥିପାଇଁ ମନ୍ଦିରରେ ଜନ୍ମଦିନ ପାଳନ କରି ନିକଟସ୍ଥ ମନ୍ଦିରରୁ ଏକ ସ୍କୁଟି ଯୋଗେ ନିଜ ବାପାମାଆଙ୍କ ସହ ବୈଷ୍ଣବୀ ଘରକୁ ଫେରୁଥିଲେ ।