ଓଡିଶା

odisha

ETV Bharat / state

ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ପାତାଳଗଙ୍ଗାର ହେବ ଭିତ୍ତିଭୂମି ବିକାଶ, ପ୍ରତିଶ୍ରୁତି ଦେଲେ 5T ସଚିବ - ପାତାଳଗଙ୍ଗାର ଭିର୍ତ୍ତିଭୂମି ବିକାଶର ପ୍ରତିଶୃତି

ନୂଆପଡା ଜିଲ୍ଲା ଦିନିକିଆ ଗ୍ରସ୍ତରେ 5T ସଚିବ ଭି.କେ ପାଣ୍ଡିଏନ । ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ପାତାଳଗଙ୍ଗାର ଭିତ୍ତିଭୂମି ବିକାଶର ପ୍ରତିଶୃତି ଦେଲେ 5T ସଚିବ । ଅଧିକ ପଢ଼ନ୍ତୁ

ନୂଆପଡା ଜିଲ୍ଲା ଦିନିକିଆ ଗ୍ରସ୍ତରେ 5t ସଚିବ ଭି.କେ ପାଣ୍ଡିଏନ
Etv Bhନୂଆପଡା ଜିଲ୍ଲା ଦିନିକିଆ ଗ୍ରସ୍ତରେ 5t ସଚିବ ଭି.କେ ପାଣ୍ଡିଏନarat

By

Published : May 21, 2023, 8:16 PM IST

ନୂଆପଡା ଦିନିକିଆ ଗ୍ରସ୍ତରେ 5t ସଚିବ ଭି.କେ ପାଣ୍ଡିଏନ

ନୂଆପଡା: ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ପାତାଳଗଙ୍ଗାରେ 5T ସଚିବ । ମନ୍ଦିର ପୁନର ଉଦ୍ଧାର କାର୍ଯ୍ୟ ସହ ଭିତ୍ତିଭୂମି ବିକାଶର ଦେଲେ ପ୍ରତିଶୃତି । 10ଦିନ ମଧ୍ୟରେ ପାଇବେ ଖୁସି ଖବର । ନୂଆପଡା ଜିଲ୍ଲା ଦିନିକିଆ ଗ୍ରସ୍ତରେ 5T ସଚିବ ଭି.କେ ପାଣ୍ଡିଏନ ଆସି ବିଭିନ୍ନ ପ୍ରକଳ୍ପର ଭିର୍ତ୍ତିଭୂମି ବିକାଶ ପାଇଁ ନିର୍ଭୟ ପ୍ରତିଶ୍ରୁତି ଦେଇଛନ୍ତି । ଏହିକ୍ରମରେ ନୂଆପଡା ଜିଲ୍ଲା ଐତିହାସିକ ପର୍ଯ୍ୟଟନ କ୍ଷେତ୍ର ପାତାଳଗଙ୍ଗା ପରିଦର୍ଶନ କରିଛନ୍ତି । ଏହାସହ ପାତାଳିଗଙ୍ଗାର ବିକାଶ ପାଇଁ ସରକାର ସମସ୍ତ ଭିତ୍ତିଭୂମି ଯୋଗାଇ ଦେବେ ବୋଲି ସଚିବ କହିଛନ୍ତି ।

ଅଧିକ ପଢ଼ନ୍ତୁ: New Parliament Building: ପ୍ରଧାନମନ୍ତ୍ରୀ ନୁହନ୍ତି, ରାଷ୍ଟ୍ରପତି ଲୋକାର୍ପଣ କରିବା ଉଚିତ କହିଲେ ରାହୁଲ

ପାତାଳଗଙ୍ଗା ପରିଦର୍ଶନ ସମୟରେ ସଚିବଙ୍କୁ ସ୍ବାଗତ କରିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଏହାସହିତ ପର୍ଯ୍ୟଟନ କ୍ଷେତ୍ର ଭିର୍ତ୍ତିଭୂମି ବିକାଶ ଦିଗରେ କାମ କରିବାପାଇଁ ଅନୁରୋଧ କରିଥିଲେ ପାତାଳିଗଙ୍ଗାର ପରିଚାଳନା କମିଟି । 5T ସଚିବ ଭି.କେ ପାଣ୍ଡିଏନ କହିଛନ୍ତି, "ପାତାଳଗଙ୍ଗା ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରି ମୁଁ ନିଜକୁ ଧନ୍ୟ ମନେ କରୁଛି । ଆଗାମୀ ଦିନରେ ମନ୍ଦିର ତଥା ପାତାଳଗଙ୍ଗା ପର୍ଯ୍ୟଟନ କ୍ଷେତ୍ରର ସାମଗ୍ରିକ ବିକାଶ କରାଯିବ । ଏନେଇ ମନ୍ଦିର ପରିଚାଳନା କମିଟି, ଜନ ପ୍ରତିନିଧି, ଜିଲ୍ଲାପାଳ ମିଶି ଏକ ଯୋଜନା ପ୍ରସ୍ତୁତ କରିବା ପାଇଁ ନୂଆପଡା ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯୋଜନା ପ୍ରସ୍ତୁତିର 10ଦିନ ମଧ୍ୟରେ ଖୁସି ଖବର ପାଇବେ ଅଞ୍ଚଳବାସୀ ।"

ଅଧିକ ପଢ଼ନ୍ତୁ: PLFI ମୁଖ୍ୟ ଦିନେଶ ଗୋପ ଗିରଫ, ମୋଷ୍ଟ ୱାଣ୍ଟେଡ୍ ନାଁରେ ଥିଲା ୨୫ ଲକ୍ଷ ପୁରସ୍କାର ରାଶି

ସେହିଭଳି ମିଶନଶକ୍ତି ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଦିଆଯାଉଛି । ଏନେଇ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ସ୍ତରରେ ମିଶନଶକ୍ତି ମହିଳାମାନଙ୍କ ପାଇଁ ଋଣମେଳା କରିବା ପାଇଁ ଘୋଷଣା କରାଯାଇଛି । ଏହାସହ ସ୍ବାସ୍ଥ୍ୟ ସେବାରେ ଉନ୍ନତି ଆଣିବା ପଇଁ ସରକାର ନାନା ପ୍ରକଳ୍ପ କରିଛନ୍ତି । ବିଜୁସ୍ବାସ୍ଥ୍ୟ ଯୋଜନାର ଲାଭ ଉଠାଇବା ପାଇଁ ସମସ୍ତଙ୍କୁ ଆହ୍ବାନ କରିଛନ୍ତି । ମହିଳାମାନେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ପାଉଛନ୍ତି । ରାଜ୍ୟରେ ସମସ୍ତଙ୍କ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇବା ସରକାରଙ୍କ ଲକ୍ଷ୍ୟ । ଏହାସହ ପାତାଳଗଙ୍ଗାରେ ସ୍ଥାପିତ ହୋଇଥିବା ସମସ୍ତ ମନ୍ଦିରଗୁଡିକର ପୁନରୁଦ୍ଧାର କରାଯିବ ।

ଇଟିଭି ଭାରତ, ନୂଆପଡା

ABOUT THE AUTHOR

...view details