ଓଡିଶା

odisha

ETV Bharat / state

4 ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗିରଫ, 24 କେଜିରୁ ଊର୍ଦ୍ଧ୍ବ ଗ୍ରାମର ଗଞ୍ଜେଇ ଜବତ

ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସକୁ ବଡ ସଫଳତା । କୌଣସି ସୂତ୍ରରୁ ଖବରପାଇ ଖଡ଼ିଆଳ ଗୁରୁ ନାନକଛକ ଠାରେ 4 ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିଛି ପୋଲିସ ।

By

Published : Feb 2, 2021, 7:47 PM IST

24 କେଜି 650ଗ୍ରାମର ଗଞ୍ଜେଇ ଜବତ
24 କେଜି 650ଗ୍ରାମର ଗଞ୍ଜେଇ ଜବତ

ନୂଆପଡା: ଗଞ୍ଜେଇ ଚୋରା ଚାଲାଣବେଳେ ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସକୁ ବଡ ସଫଳତା । କୌଣସି ସୂତ୍ରରୁ ଖବରପାଇ ଖଡ଼ିଆଳ ଗୁରୁ ନାନକଛକ ଠାରେ 4 ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀଙ୍କୁ କାବୁ କରିଛି ପୋଲିସ ।

4 ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ଗିରଫ

ଏହାସହ 24 କେଜି 650ଗ୍ରାମ ବେଆଇନ ଗଞ୍ଜେଇ, 3ଗୋଟି ମୋବାଇଲ ଫୋନ, ନଗଦ 8,150 ଟଙ୍କା ଜବତ କରାଯାଇଛି । ପ୍ରାକ୍ତ ସୂଚନା ଅନୁସାରେ, ଖଡ଼ିଆଳ ଗୁରୁ ନାନକ ଛକଠାରେ 4ଜଣ ବ୍ୟକ୍ତି ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିଲେ । ତାଙ୍କ ପାଖରେ ହଳଦିଆ ରଙ୍ଗର ଏକ ପ୍ଲାଷ୍ଟିକ ବ୍ୟାଗ ରହିଥିଲା । ଏହି ଖବର ଆସି ପହଞ୍ଚିଥିଲା ଖଡ଼ିଆଳ ଆଇଆଇସି କୈଳାଶଚନ୍ଦ୍ର ସେଠୀଙ୍କ ପାଖରେ ।

ଏହାପରେ ତତକ୍ଷଣାତ ଆଇଆଇସିଙ୍କ ନିର୍ଦ୍ଦେଶ କ୍ରମେ ସବ ଇନ୍ସପେକ୍ଟର ଜିତୁ ନାଏକଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ପୋଲିସ ସ୍କ୍ବାର୍ଡ ଦଳ ଗଠନ ହୋଇଥିଲା । ଏହି ସ୍କ୍ବାର୍ଡ ଗୁରୁ ନାନକ ଛକକୁ ଯାଇ ଅଚିହ୍ନା ବ୍ୟକ୍ତିମାନଙ୍କୁ ପଚରାଉଚୁରା କରିଥିଲେ ।

ଏହାପରେ ତାଙ୍କ ପାଖରେ ଗଞ୍ଜେଇ ଥିବା ଜଣାପଡିଥିଲା । ଥାନାକୁ ଆଣି ତଦନ୍ତ କରିବା ପରେ ଏମାନେ ହେଉଛନ୍ତି ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀ ସମସ୍ତେ ମଧ୍ୟପ୍ରଦେଶ ଜଗଦଲପୁର ଅଞ୍ଚଳର ବୋଲି ଜଣାପଡିଛି । ତେବେ ଗଞ୍ଜେଇର ଆନୁମାନିକ ମୂଲ୍ୟ ଲକ୍ଷାଧିକ ହେବ ବୋଲି ଜଣାପଡିଛି । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଖଡ଼ିଆଳ ଏସଡିପିଓ ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

ABOUT THE AUTHOR

...view details