ଓଡିଶା

odisha

ETV Bharat / state

ନୂଆପଡା ପୋଲିସକୁ ସଫଳତା,3 ଡକାୟତ ଗିରଫ

ତିନି ଦୁର୍ଦ୍ଦାନ୍ତ ଡକାୟତକୁ ଗିରଫ କରିବାରେ ସଫଳ ହେଲା ନୂଆପଡା ପୋଲିସ । ସେମାନଙ୍କ ଠାରୁ ୭ ଲକ୍ଷ ୭୦ ହଜାର ନଗଦ ଟଙ୍କା ସହ ୨ଟି ମୋଟର ସାଇକେଲ, ୨୭ଟି ମୋବାଇଲ ଫୋନ୍ ଜବତ କରିବାରେ ସଫଳ ହୋଇଛି ପୋଲିସ।

By

Published : Jul 6, 2019, 3:17 PM IST

ପଟୋ ସୌଜନ୍ୟ : ପ୍ରତିନିଧି,ନୂଆପଡା


ନୂଆପଡା: ଜିଲ୍ଲା ପୋଲିସକୁ ଏକ ବଡ ସଫଳତା ମିଳିଛି । ତିନି ଦୁର୍ଦ୍ଦାନ୍ତ ଡକାୟତକୁ ଗିରଫ କରିବା ସହ , ୭ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି । ଏଥିସହିତ ସେମାନଙ୍କ ପାଖରୁ ୨ଟି ମୋଟର ସାଇକେଲ ସହ ୨୭ଟି ମୋବାଇଲ ଫୋନକୁ ଜବତ କରିବାରେ ସଫଳ ହୋଇଥିବା ନୂଆପଡା ପୋଲିସ । ଏନେଇ ଆଜି ନୂଆପଡା ଆରକ୍ଷୀ ଅଧିକ୍ଷକ ସ୍ମିତ.ପି ପରମାର ପ୍ରେସମିଟରେ ସୂଚନା ଦେଇଛନ୍ତି ।

ଗତ ଜୁନ 28 ତାରିଖରେ ଦିନ ଦ୍ୱିପ୍ରହରେ ନୂଆପଡା ବ୍ଳକ ଡୁମେରାପାଣି ଗାଁରୁ ହୋଇଥିଲା ଲୁଟ । ପାଣି ପଞ୍ଚାୟତ ସଭାପତି ହୀରଣ ସାହୁ ସମ୍ପାଦକ ଜୈନ ସିଂ ମାଝୀ ନୂଆପଡା ଏସବିଆଇ ବ୍ୟାଙ୍କକୁ ଟଙ୍କା ଉଠାଇବା ପାଇଁ ଆସିଥିଲେ । ୧୦ ଲକ୍ଷ ଟଙ୍କା ଉଠାଇ ଫେରୁଥିବା ବେଳେ ଡକାୟତ ଦଳ କାବୁକରି ଟଙ୍କା ଲୁଟିନେଇଥିଲେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ନୂଆପଡା

ଏନେଇ ନୂଆପଡା ଥାନା କେସ ନମ୍ବର ୬୫ ରେ ଏକ ମାମଲା ରୁଜୁହୋଇ ନୂଆପଡା ପୋଲିସର ତଦନ୍ତ ଜାରି ରହିଥିଲା । ଆଜି ଦୁର୍ଦ୍ଦାନ୍ତ ଡକାୟତଙ୍କ ମଧ୍ୟରୁ ୩ ଜଣ ଡକାୟତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ସେମାନେ ହେଲେ ଆସ୍କା ପୋଲିସ ଷ୍ଟେସନ ଗଞ୍ଜାମର ଅତୁଳ ରାଜା , ଏମ ଗଣେଶ । ଏମାନଙ୍କ ସହ ଜଣେ ନାବାଳକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଅଧିକ ତଦନ୍ତ ଜାରି ରହିଥିବା ନୂଆପଡା ଏସପି ସୂଚନା ଦେଇଛନ୍ତି ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details