ଓଡିଶା

odisha

ETV Bharat / state

ନୂଆପଡାରେ ହାତୀପଲ, ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ - jungle

ନୂଆପଡା ଜ଼ିଲ୍ଲାରେ ପଶି ଆସିଛନ୍ତି ବଣୁଆ ହାତୀ । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖେଳି ଯାଇଛି ଭୟର ବାତାବରଣ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୂଆପଡା

By

Published : May 6, 2019, 5:25 PM IST

ନୂଆପଡା: ଜଙ୍ଗଲରେ ପାଣି ଅଭାବ ଯୋଗୁଁ ଜନବସତି ମୁହାଁ ହେଉଛନ୍ତି ବଣୁଆ ହାତୀ । ଏହି କ୍ରମରେ ନୂଆପଡା ଜିଲ୍ଲାରେ ପଶି ଆସିଛନ୍ତି ବଣୁଆ ହାତୀ । ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଖେଳି ଯାଇଛି ଭୟର ବାତାବରଣ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୂଆପଡା

ସୂଚନା ମୁତାବକ, ନୂଆପଡା ଜିଲ୍ଲା କୋମନା ରେଞ୍ଜ ଅଧିନସ୍ଥ ପେଣ୍ଡରାପନ୍ଧ ସଂରକ୍ଷଣ ଜଙ୍ଗଲରେ ହାତୀପଲଙ୍କୁ ଦେଖିବାକୁ ମିଳିଛି । ଏହି ପଲରେ ପୁରୁଷ, ମହିଳା ଏବଂ ଛୁଆ ମିଶି 28 ଗୋଟି ହାତୀ ରହିଥିବା ଜଣା ପଡିଛି ।

ସେପଟେ ଖବର ପାଇ କୋମନା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ହାତୀ ଘଉଡାଇବା କାମ ଜାରି ରଖିଛନ୍ତି । ହାତୀ ପାଖକୁ କେହି ନଯିବାପାଇଁ ଲୋକଙ୍କୁ ସଚେତନ କରୁଛି ବନବିଭାଗ ।

ନୂଆପଡାରୁ ମୋତିଲାଲ ବାଗ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details