ନୟାଗଡ: ବିଜ୍ଞାନ ଯୁଗରେ ବି ବଞ୍ଚିଛି ଅନ୍ଧବିଶ୍ୱାସ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅଞ୍ଚଳରେ । ଶରଣକୂଳ ଥାନା ବରସାହି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ପୋଷ୍ଟମର୍ଟମ ପରେ ବି ମୃତଦେହକୁ ବଞ୍ଚାଇବାକୁ ରାତି ତମାମ ଚାଲୁ ରହିଛି ପୂଜା ପାଠ ।
ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ସିଙ୍ଗରପୁର ଗାଁର ରବି ନାହାକ ନାମକ ଜଣେ ବ୍ୟକ୍ତି ୨ ଦିନ ତଳେ ଦଣ୍ଡରେ ମିଶିଥିବା ବେଳେ ଗତକାଲି ତାଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିଲା ।
ତେବେ ମୃତ୍ୟୁପରେ ତାଙ୍କୁ ନୟାଗଡ଼ ପୋଷ୍ଟମର୍ଟମ ଗୃହରେ ବ୍ୟବଚ୍ଛେଦ କରାଯିବା ପରେ ସଂସ୍କାର ପାଇଁ ଗାଁକୁ ଅଣାଯାଇଥିଲା । ମାତ୍ର ଗାଁ ଲୋକେ ତାଙ୍କ ଦେହରେ ଭଗବାନ ଥିବା କହି ପୋଷ୍ଟମର୍ଟମ ସରିଥିବା ମୃତଦେହକୁ ରାତି ତମାମ ପୂଜା ଅର୍ଚ୍ଚନା ଜାରି ରଖିଥିଲେ ।
ବ୍ୟବଚ୍ଛେଦ ପରେ ମୃତଦେହକୁ ବଞ୍ଚାଇବାକୁ ପୂଜାର୍ଚ୍ଚନା, ପୋଲିସ ତଦନ୍ତ ଜାରି ମୃତଦେହକୁ ବଞ୍ଚାଇବାକୁ ମୃତ ବ୍ୟକ୍ତିଙ୍କ ଉପରେ ଗରା ଗରା ପାଣି ଢଳାଯିବା ସହ ନାମ ସଂକୀର୍ତ୍ତନ କରାଯାଇଥିଲା । ତେବେ ଖବର ପାଇ ଶରଣକୁଳ ଥାନା ପୋଲିସ ଏପରି ନକରିବାକୁ ବାରଣ କରିବା ସହ ତଦନ୍ତ ଚଳାଇଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ