ଓଡିଶା

odisha

ETV Bharat / state

ରକ୍ତ ପାଇଁ ସାହା ହ୍ବାଟ୍ସଆପ୍‌ ଗ୍ରୁପ

ହ୍ବାଟ୍ସଆପ୍‌ ସାଜିଛି ବଞ୍ଚିବାର ରାହା। ରୋଗୀଙ୍କୁ ଯୋଗାଉଛି ରକ୍ତ । ରକ୍ତ ଦାନ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ ଦେଉଛି ମହତ କର୍ମର ସୁଯୋଗ । ଆଉ ଏଥିରେ ସହାୟତାର ହାତ ବଢାଇଛନ୍ତି ସହରର ଯୁବପୀଢି ଓ ସାମ୍ବାଦିକ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

By

Published : May 31, 2019, 11:20 PM IST

ନୟାଗଡ: ହ୍ବାଟ୍ସଆପ୍‌ ସାଜିଛି ବଞ୍ଚିବାର ରାହା । ରୋଗୀଙ୍କୁ ଯୋଗାଉଛି ରକ୍ତ। ରକ୍ତ ଦାନ କରିବାକୁ ଇଚ୍ଛୁକ ବ୍ୟକ୍ତିଙ୍କୁ ଦେଉଛି ମହତ କର୍ମର ସୁଯୋଗ । ଆଉ ଏଥିରେ ସହାୟତାର ହାତ ବଢାଇଛନ୍ତି ସହରର ଯୁବପୀଢି ଓ ସାମ୍ବାଦିକ । ତେବେ ସହରରେ ଦୀର୍ଘ ପାଞ୍ଚ ମାସ ହେବ କୌଣସି ରକ୍ତଦାନ ଶିବିରର ଆୟୋଜନ ହୋଇ ନାହିଁ । ଫଳରେ ଆବଶ୍ୟକ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ରୋଗୀ ଓ ତାଙ୍କ ପରିବାର ।

ସହରରେ ରକ୍ତଦାନ ଶିବିରର ଅଭାବ ଯୋଗୁଁ ରକ୍ତ ପାଇଁ ହନ୍ତସନ୍ତ ହେବା ଭଳି ପରିସ୍ଥିତି ସୃଷ୍ଟି ହେଉଛି । ଏଭଳି ସ୍ଥିତିରେ କିଛି ଯୁବଗୋଷ୍ଠୀ ଓ ସାମ୍ବାଦିକଙ୍କ ମିଳିତ ଉଦ୍ୟମରେ ଖୋଲାହୋଇଛି ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ । ଯେଉଁ ଗ୍ରୁପରେ ଆବଶ୍ୟକତା ଅନୁଯାୟୀ ଲୋକେ ଯୋଗାଯୋଗ କରି ପ୍ରତିଦିନ ଆସି ରକ୍ତଦାନ କରିଯାଆନ୍ତି । ଦୈନିକ 4ରୁ 5 ଜଣ ବ୍ୟକ୍ତି ଆସି ରକ୍ତଦାନ କରିଥାନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ହେଲେ ଏହି ଗ୍ରୁପ୍‌ରେ ଆବଶ୍ୟକତା ଅନୁଯାୟୀ ସମୟ ମଧ୍ୟରେ ରକ୍ତ ଯୋଚଗାଇବାରେ ଅସୁବିଧା ସୃଷ୍ଟି ହେଉଛି । ତଥାପି ଜିଲ୍ଲାର ବିଭିନ୍ନ ବ୍ଲକରୁ ଖୋଜାଖୋଜି କରି ରକ୍ତ ଯୋଗାଡ କରିବାରେ ବେଶ୍‌ ଖୁସି ମିଳୁଛି ବୋଲି କହିଛନ୍ତି ଯୁବଗୋଷ୍ଠୀ ଓ ସାମ୍ବାଦିକ। ଅନ୍ୟପଟେ ଏପ୍ରକାରର ସାହାଯ୍ୟ ସହଯୋଗକୁ ବୁଦ୍ଧିଜୀବୀ ମହଲରେ ବେଶ୍‌ ପ୍ରଶଂସା ମିଳୁଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details