ଓଡିଶା

odisha

ETV Bharat / state

ପାଇଖାନାରେ ଦିନ କାଟୁଛନ୍ତି ୱାର୍ଡମେମ୍ବରଙ୍କ ପରିବାର

ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ସୁରୁକାବାଡ଼ି ଗ୍ରାମ ପଞ୍ଚାୟତ ଠଣାପଲ୍ଲୀ-ପାଟଣା ଗ୍ରାମର 2-ନଂ ୱାର୍ଡର ସେ ୱାର୍ଡ ମେମ୍ବର । ଯିଏ ଅତି ଦୟନୀୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିଛନ୍ତି ପାଇଖାନା ଘରେ । ଅଧିକ ପଢନ୍ତୁ:

By

Published : Nov 3, 2020, 9:41 PM IST

ward-member
ପାଇଖାନାରେ ଦିନ କାଟୁଛନ୍ତି ୱାର୍ଡ ମେମ୍ବର

ନୟାଗଡ଼: ସରକାରଙ୍କ ସମସ୍ତ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ହୋଇଥିଲେ ଜନପ୍ରତିନିଧି । ଆଉ ଗାଁଲୋକେ ତାଙ୍କୁ ଜନାଦେଶ ଦେଇ ଅପ୍ରତିଦ୍ବନ୍ଦିରେ ୱାର୍ଡମେମ୍ବର ରୂପେ ମଧ୍ୟ ବାଛିଥିଲେ । ହେଲେ ଲୋକଙ୍କ ଭଲମନ୍ଦ, ସୁଖଦୁଃଖ ବୁଝିବା ତ ଦୂରେ ଥାଉ, ନିଜ ଦୁଃଖକଷ୍ଟ ନିଜକୁ ବଳି ପଡୁଛି । ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ସୁରୁକାବାଡ଼ି ଗ୍ରାମ ପଞ୍ଚାୟତ ଠଣାପଲ୍ଲୀ-ପାଟଣା ଗ୍ରାମର 2-ନଂ ୱାର୍ଡର ସେ ୱାର୍ଡ ମେମ୍ବର । ଯିଏ ଅତି ଦୟନୀୟ ଅବସ୍ଥାରେ ମୁଣ୍ଡ ଗୁଞ୍ଜିଛନ୍ତି ପାଇଖାନା ଘରେ ।

ପାଇଖାନାରେ ଦିନ କାଟୁଛନ୍ତି ୱାର୍ଡ ମେମ୍ବର

ନାମ ବନିତା ସେନାପତି । କିଛିବର୍ଷ ତଳେ ବାତ୍ୟାରେ ତାଙ୍କ ଝାଟିମାଟି ଘର ଭାଙ୍ଗିଯିବା ପରେ, ଶେଷରେ ନିରୁପାୟ ହୋଇ ଏଠିସେଠି ମୁଣ୍ଡ ଗୁଞ୍ଜିବା ପରେ ପାଖାପାଖି ଅଢେଇ ବର୍ଷ ହେବ ପାଇଖାନା ଘରେ ମୁଣ୍ଡ ଗୁଞିଛନ୍ତି ପରିବାର । ତାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ବସିଲାଣି, ହେଲେ ପ୍ରଶାସନ ଦୁଃଖ ଶୁଣୁ ନଥିବାବେଳେ, ଭାଗ୍ୟକୁ ଆଦରି ଏବେ ବି ପଡିରହିଛନ୍ତି ପାଇଖାନାଘରେ ।

ଯେଉଁ ପାଇଖାନା ଘରେ କଡ ଟିକେ ବୁଲାଇବାକୁ ଜାଗା ନାହିଁ, ସେହି ଘରେ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ରଖିବା ସହ ମାସ ମାସ ଧରି ରହିଆସୁଛନ୍ତି ୱାର୍ଡମେମ୍ବର । ସ୍ବାମୀ ଓ ଦୁଇ ଛୁଆଙ୍କୁ ନେଇ ବନିତାଙ୍କ ସଂସାର । ତାଙ୍କ ସ୍ବାମୀ ରମେଶ ଜଣେ ସାଧାରଣ ଦିନ ମଜୁରିଆ । ରାଜ୍ୟ ବାହାରକୁ ଯାଇ ଦାଦନ ଖଟନ୍ତି । ମାତ୍ର କୋରୋନା ଲକଡ଼ାଉନରେ କାମ ନମିଳିବାରୁ ଏବେ ଘରେ ବସିଛନ୍ତି । ଏଭଳି ପରିସ୍ଥିତିରେ ପରିବାରର ଦୁଃଖକଷ୍ଟକୁ ଦେଖି ଜଣେ ପଡ଼ୋଶୀ ଏଇ ଜରିପାଲ ଘେରା ଘରଟି ଦେଇଛନ୍ତି । ଯେଉଁଠି ସେ ରୋଷେଇବାସ କରନ୍ତି । କିନ୍ତୁ ବର୍ଷା ଦିନେ ରୋଷେଇ ସମ୍ଭବ ହୁଏନି । ଉପାସରେ ଦିନ କାଟନ୍ତି ଏମାନେ ।

ପୁରା ସମସ୍ୟା ସମ୍ପର୍କରେ, 5 ମାସ ପୂର୍ବେ ଗଣମାଧ୍ୟମରୁ ଖବର ପାଇ ବନିତାଙ୍କ ଘରେ ପ୍ରଶାସନ ପହଞ୍ଚିଥିଲା । ରଣପୁର ବିଡ଼ିଓ ଜୁନ ମାସରେ ବନିତାଙ୍କ ପାଖକୁ ଆସିଥିଲେ l ତୁରନ୍ତ ଘର ଦିଆଯିବ ବୋଲି ପୁଳାଏ ପ୍ରତିଶୃତି ଦେଇଗଲେ l ଆଜି ଦେବୁ କାଲି ଦେବୁ କହି ବିତିଗଲା 5 ମାସ l କିନ୍ତୁ ବନିତାଙ୍କ ସ୍ଥିତି ଯଥାପୂର୍ଵ ତଥା ପରଂ l ପ୍ରଶାସନ କେବେ ପ୍ରତିଶୃତି ପାଳନ କରୁଛି ତାହାକୁ ଅପେକ୍ଷା ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details