ଓଡିଶା

odisha

ETV Bharat / state

ଭୋକିଲା ପଶୁଙ୍କ ଦୁଃଖ ବୁଝୁଛନ୍ତି ଯୁବ ଗୋଷ୍ଠୀ, ସଟଡାଉନରେ ବାଣ୍ଟୁଛନ୍ତି ଖାଦ୍ୟ - ନୟାଗଡ ଖବର

ନୟାଗଡରେ ବୁଲା ଗାଇଗୋରୁ କୁରୁକୁ ଖାଦ୍ୟ ଯୋଗାଉଛନ୍ତି ସ୍ବେଚ୍ଛାସେବୀ । ଯୁବଗୋଷ୍ଠୀ ନିଜ ଜୀବନକୁ ବାଜି ଲଗାଇ ବୁଲା ଗାଇଗୋରୁ ଏବଂ କୁକୁରମାନଙ୍କ ସେବା କରିବାକୁ ଲୋକେ ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

volunteer organisation food provide to street animals
ଭୋକିଲା ପଶୁଙ୍କ ଦୁଃଖ ବୁଝୁଛନ୍ତି ଯୁବ ଗୋଷ୍ଠୀ, ସଟଡାଉନରେ ବାଣ୍ଟୁଛନ୍ତି ଖାଦ୍ୟ

By

Published : Jun 8, 2021, 8:27 AM IST

ନୟାଗଡ: ଚାଲିଛି ଲକଡାଉନ, ସଟଡାଉନ । ହୋଟେଲ ଆଦି ସଠିକ ଭାବେ ନ ଚାଲିବାରୁ ଏହାର ପ୍ରଭାବ ବୁଲା ଗାଇଗୋରୁଙ୍କ ଉପରେ ପଡିଛି । ମୁହଁ ଖୋଲି କହିପାରୁନଥିବ ନିରୀହ ପଶୁମାନେ ଖାଦ୍ୟ ପାଇଁ ଏବେ ନାହିଁ ନଥିବା ହଇରାଣ ହେଉଛନ୍ତି । ବୁଲା ଗାଇଗୋରୁ ଏବଂ କୁକୁରମାନଙ୍କ ଭୋକିଲା ପେଟର ଦୁଃଖ ବୁଝିବାକୁ ଆଗେଇ ଆସିଛନ୍ତି ଯୁବ ଗୋଷ୍ଠୀ ।

ଭୋକିଲା ପଶୁଙ୍କ ଦୁଃଖ ବୁଝୁଛନ୍ତି ଯୁବ ଗୋଷ୍ଠୀ, ସଟଡାଉନରେ ବାଣ୍ଟୁଛନ୍ତି ଖାଦ୍ୟ

ନୟାଗଡ ଜିଲ୍ଲା ଚାନ୍ଦପୁର ଅଞ୍ଚଳର ଯୁବ ସମାଜସେବୀ ତାପସ ରଞ୍ଜନ ମାର୍ଥା କିଛି ଯୁବକମାନଙ୍କୁ ସଂଗଠିତ କରି ବୁଲା ଗାଈଗୋରୁ ଓ କୁକୁରମାନଙ୍କୁ ଖାଇବାକୁ ଦେଉଛନ୍ତି । ପ୍ରଭାତ ପ୍ରଧାନ, ଗୋପାଳି ନାୟକ, ବିମଳ ବେହେରା, ଜାଫର ଅଲ୍ଲୀ ସାହା, ପ୍ରଶାନ୍ତ ବେହେରା ଓ ରଜନୀ କାନ୍ତ ମିଶ୍ର ବୁଲା ଗାଇଗୋରୁମାନଙ୍କୁ ସଟଡ଼ାଉନ ସମୟରେ ଖାଇବାକୁ ଦେଉଛନ୍ତି । ଗାଇଗୋରୁଙ୍କ ପାଇଁ ଚୋକଡ, କୁଣ୍ଡା ଏବଂ କୁକୁରଙ୍କୁ ଭାତ ଆଦି ଖାଇବାକୁ ଦେଉଛନ୍ତି ।

କୋରୋନା ମହାମାରୀରେ ଘରେ ରହି ନିଜକୁ ସୁସ୍ଥ ରଖିବା ପରିବର୍ତ୍ତେ, ଯୁବଗୋଷ୍ଠୀ ନିଜ ଜୀବନକୁ ବାଜି ଲଗାଇ ବୁଲା ଗାଇଗୋରୁ ଏବଂ କୁକୁରମାନଙ୍କ ସେବା କରିବାକୁ ଲୋକେ ପ୍ରଶଂସା କରିଛନ୍ତି । ସୂଚନାଥାଉକି ବୁଲା ଗାଇଗୋରୁ କୁକୁର ପାଇଁ ମୁଖ୍ୟମନ୍ତ୍ରୀ ଲକ୍ଷାଧିକ ଟଙ୍କା ଘୋଷଣା କରିଛନ୍ତି କିନ୍ତୁ ତାହା ନିରୀହ ପଶୁଙ୍କୁ ଦିଆଯାଉନଥିବା ଦେଖିବାକୁ ମିଳୁଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details