ଓଡିଶା

odisha

ETV Bharat / state

ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବିରେ ଜିଲ୍ଲାପାଳଙ୍କୁ ଦାବିପତ୍ର

ବୃତ୍ତଙ୍ଗ ଜଳସେଚନ କାର୍ଯ୍ୟକ୍ଷମ ଦାବି । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ସେପଟେ ମଞ୍ଜୁରୀ ଗ୍ରାମବାସୀ ଭିଟାମାଟି ଛାଡ଼ିବେ ନାହିଁ ବୋଲି ଦେଲେ ଚେତାବନୀ । ଅଧିକ ପଢନ୍ତୁ...

By

Published : Mar 5, 2021, 4:45 PM IST

villagers demanding to start brutanga irrigation project in nayagarh
ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଦାବି

ନୟାଗଡ : ଜିଲ୍ଲାର ବୃହତ୍ତମ ଜଳ ସେଚନ ପ୍ରକଳ୍ପ ବୃତ୍ତଙ୍ଗକୁ କାର୍ଯ୍ୟକ୍ଷମ କରିବା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି l ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ଦାବିପତ୍ର ଗ୍ରହଣ କରିଥିଲେ l କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦଶପଲ୍ଲା ମହାବୀର ମନ୍ଦିର ଠାରୁ ଏକ ପଦଯାତ୍ରା ବାହାରି ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା l ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇ 50 ବର୍ଷର ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଦାବି କରାଯାଇଛି l କିନ୍ତୁ ଏହାକୁ ବିରୋଧ କରିଛନ୍ତି ମଞ୍ଜୁରୀ ଗ୍ରାମବାସୀ l

ବୃତ୍ତଙ୍ଗ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ଦାବି

ନିଜ ଜୀବନ ଥିବା ପର୍ଯ୍ୟନ୍ତ ଏ ଭିଟାମାଟି ଛାଡ଼ିବୁ ନାହିଁ ବୋଲି ସେ କହିଛନ୍ତି l ଜଳ ସେଚନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଗାଁ ଜଳମଗ୍ନ ହେଇଯିବ l ଜୀବନ ଓ ଜୀବିକା ଠପ ହେଇଯିବ l ପ୍ରକଳ୍ପ ପାଇଁ ଯୋଜନା କରାଯିବା ସମୟରେ ଗ୍ରାମବାସୀଙ୍କୁ ଥଇଥାନ କରାଯିବାର ପ୍ରତିଶୃତି ଦିଆଯାଇଥିଲା l କିନ୍ତୁ ଏପର୍ଯ୍ୟନ୍ତ ସେଭଳି କିଛି କାର୍ଯ୍ୟ ହେଲା ନାହିଁ l ପ୍ରଥମେ ଥଇଥାନ କରାନଗଲା ପର୍ଯ୍ୟନ୍ତ ଏଠାରେ ଜଳ ସେଚନ ପ୍ରକଳ୍ପ କାର୍ଯ୍ୟ କରାଇଦେବୁ ନାହିଁ l ଜୀବନର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଭିଟାମାଟି ପାଇଁ ଲଢ଼େଇ କରିବେ ବୋଲି କହିଛନ୍ତି । ସେପଟେ, ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ପ୍ରାୟ 9 ଲକ୍ଷ କୃଷକ ଉପକୃତ ହେବେ l ତେଣୁ ଯଥାଶୀଘ୍ର ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରନ୍ତୁ ବୋଲି କ୍ରିୟାନୁଷ୍ଠାନ କମିଟି ଦାବି କରିଛି ।

ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details