ନୟାଗଡ:କେନ୍ଦ୍ର ମୋଦି ସରକାରର କୃଷକ ବିରୋଧୀ ତିନି କଳା କୃଷି ଆଇନ ପ୍ରତ୍ୟାହାର କରିଛନ୍ତି । ଏହାକୁ ପ୍ରତ୍ୟାହାର ଦାବିର ଗତବର୍ଷ ନଭେମ୍ବର ୨୬ ତାରିଖରୁ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଓ ଶ୍ରମିକ ବିରୋଧୀ ଚାରୋଟି ଶ୍ରମ କୋଡ଼ ବାତିଲ ଦାବିରେ ଅନୁଷ୍ଠିତ ଶ୍ରମିକ ଧର୍ମଘଟର ଏକ ବର୍ଷ ପୁରିଛି । ନୟାଗଡ ଜିଲ୍ଲା ରଣପୁର ପଞ୍ଚୁଦୋଳ ପଡିଆ ସହୀଦ ମଣ୍ଡପଠାରେ ଶ୍ରମିକ କୃଷକଙ୍କ ଏକ ମିଳିତ ପ୍ରତିବାଦସଭା ସାଥୀ ସୁରେଶ ସ୍ବାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି ।
ମୋଦି ସରକାରର ଚାଷୀ -ଶ୍ରମିକ ବିରୋଧୀ ନୀତିକୁ ବକ୍ତାମାନେ ତୀବ୍ର ସମାଲୋଚନା କରିଥିଲେ। ଆନ୍ଦୋଳନ କେବେବି ବିଫଳ ଯାଏନାହିଁ ବୋଲି ବକ୍ତାମାନେ କହିବା ସହ ୭୦୦ ଚାଷୀଙ୍କ ମୃତ୍ୟୁ ପାଇଁ ମୋଦି ସରକାରଙ୍କୁ ଦାୟୀ କରିଥିଲେ। କେତେକ ରାଜ୍ୟରେ ଉପନିର୍ବାଚନରେ ପରାଜୟ ବରଣ କରିଥିବା ବିଜେପି ସରକାର ଉତ୍ତରପ୍ରଦେଶ ଖେରିରେ ଗାଡି ମଡାଇ ଚାଷୀ ହତ୍ୟା କରି ଉତ୍ତରପ୍ରଦେଶ ନିର୍ବାଚନରେ ପରାଜୟ ଭୟରେ ମୋଦି ତରବରିଆ ଭାବେ କୃଷି ଆଇନ ପ୍ରତ୍ୟାହାର ପାଇଁ ଘୋଷଣା କରିଛନ୍ତି।