ନୟାଗଡ଼: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶିଳ୍ପ ତାଲିମ କେନ୍ଦ୍ରର ପୂର୍ବତନ IPOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ପୂ୍ର୍ବତନ IPO ସୀତାରାମ ସାହୁଙ୍କ ବାସଭବନ ସମେତ ପୁରୀ ଏବଂ ନୟାଗଡ଼ ଜିଲ୍ଲାର ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।
ଭିଜିଲାନ୍ସ ଜାଲରେ ପୂର୍ବତନ IPO, ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢାଉ - Vigilance raid on former IPO
ନୟାଗଡ଼ ଜିଲ୍ଲା ଶିଳ୍ପକେନ୍ଦ୍ରର ପୂର୍ବତନ IPOଙ୍କ ଘରେ ଭିଜିଲାନ୍ସ ଚଢାଉ । ପୈତୃକ ବାସଭବନ ସମେତ ଏକକାଳୀନ ୮ ଟି ସ୍ଥାନରେ ଚଢାଉ ଜାରି । ଜବତ ସମ୍ପତ୍ତି ନେଇ ମିଳିନି ସୂଚନା । ଅଧିକ ପଢନ୍ତୁ...
ଭିଜିଲାନ୍ସ ଜାଲରେ ପୂର୍ବତନ IPO, ଏକକାଳୀନ ୮ ସ୍ଥାନରେ ଚାଲିଛି ଚଢାଉ
ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଶିଳ୍ପ କେନ୍ଦ୍ରରେ କାର୍ଯ୍ୟରତ ଥିବା IPO ସୀତାରାମ କିଛିଦିନ ହେବ ପୁରୀ ଜିଲ୍ଲାକୁ ବଦଳି ହୋଇଥିଲେ। ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଆଜି ନୟାଗଡ଼ ସହର ଏବଂ କଣ୍ଟିଲୋସ୍ଥିତ ତାଙ୍କ ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଥିବା ଜଣାଯାଇଛି । ତେବେ ତାଙ୍କ ବାସଭବନରୁ କେତେ ଆୟର୍ଭୂତ ସମ୍ପତ୍ତି ଜବତ ହୋଇଛି, ତାହା ଭିଜିଲାନ୍ସ ପକ୍ଷରୁ ସ୍ପଷ୍ଟ ହୋଇ ନ ଥିବାବେଳେ ଚଢାଉ ଜାରି ରହିଥିବା ସୂଚନା ରହିଛି ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ