ନୟାଗଡ:ଜିଲ୍ଲାପ୍ରାଣୀ ଚିକିତ୍ସକଙ୍କ କଳାବ୍ୟାଚ ପରିଧାନ କରି ପ୍ରତିବାଦ । ଦାବି ପୂରଣ ନ ହେଲେ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି ପ୍ରାଣୀ ଚିକିତ୍ସକ ।
ଗୋ ସମ୍ପଦର ଅଭିବୃଦ୍ଧିରେ ପ୍ରାଣୀ ଚିକିତ୍ସକମାନଙ୍କ ଅବଦାନ ଅତୁଳନୀୟ l ଦୀର୍ଘ 15 ବର୍ଷ ହେବ ପ୍ରାଣୀ ଚିକିତ୍ସକମାନେ ସାଧାରଣ ଡାକ୍ତରଙ୍କ ପରି କନିଷ୍ଠ ପ୍ରଥମ ଶ୍ରେଣୀ ବର୍ଗରେ ପ୍ରାରମ୍ଭିକ ନିଯୁକ୍ତି ପାଇଁ ବାରମ୍ବାର ଦାବି ଉପସ୍ଥାପନ କରି ଆସୁଛନ୍ତି l ମାତ୍ର ସରକାର ଏହାକୁ ଭିତ୍ତିହୀନ କହି ଟାଳଟୁଳ ନୀତି ଅବଲମ୍ବନ କରିଛନ୍ତି ।
ସରକାରୀ ଅବହେଳା ପ୍ରତିବାଦରେ ପ୍ରାଣୀ ଚିକିତ୍ସକମାନେ କଳାବ୍ୟାଚ ପରିଧାନ କରି ପ୍ରତିବାଦ କରିଛନ୍ତି । ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କ ସମେତ ୨୭ ଜଣ ପ୍ରାଣୀ ଚିକିତ୍ସକ କଳାବ୍ୟାଚ ପରିଧାନ କରିଛନ୍ତି । ଏନେଇ ପ୍ରାଣୀ ଚିକିତ୍ସକମାନେ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ପୂରଣ ନହେଲେ ଡିଜିଟାଲ ସେବା ବର୍ଜନ ଏବଂ ପହିଲାରୁ କଲମ ଛାଡ଼ ଆନ୍ଦୋଳନ କରିବାକୁ କହିଛନ୍ତି । ଏହା ବାଦ ମେ ୧୫ ତାରିଖରୁ ସମୂହ ଛୁଟି ଏବଂ ମେ ୨୫ ତାରିଖରୁ ସମୂହ ଇସ୍ତଫା ଦେବାକୁ ଚେତାବନୀ ଦେଇଛନ୍ତି ପ୍ରାଣୀ ଚିକିତ୍ସକ ।
ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ