ନୟାଗଡ଼: ଡ଼ଙ୍କରାସାହି ବଙ୍କାମୁଣ୍ଡ ସରଂକ୍ଷିତ ଜଙ୍ଗଲରୁ ବନବିଭାଗ ସମ୍ବର ମାଂସ ଜବତ କରିଛି । ମାଂସ ଜବତ ସହ ଶିକାରୀ ବେଣୁଧର ସାମଲ ଓ ଜଙ୍ଗଲରେ ଆଶ୍ରମ କରି ରହୁଥିବା ବାବା କୃଷ୍ଣ ଦାସଙ୍କୁ ଗିରଫ କରିଛି ପୋଲିସ । ଦୁଇ ଜଣଙ୍କୁ ପ୍ରଥମେ କୋର୍ଟ ଓ ପରେ ଜାମିନ ନାମଞ୍ଜୁର ହେବାରୁ ଜେଲକୁ ପଠାଇ ଦିଆଯାଇଛି ।
ଗୁରୁବାର 5 କିଲୋଗ୍ରାମ ସମ୍ବର ମାଂସ ସହ ଶିକାରୀ ବେଣୁଧର ସାମଲଙ୍କୁ ଧରିଥିଲା ଗଣିଆ ବନ ବିଭାଗ । ତେବେ ବନ ବିଭାଗର ଅଧିକ ପଚରାଉଚରା ପରେ ବେଣୁଧର ଜଙ୍ଗଲରେ ଦୀର୍ଘ 10 ବର୍ଷ ହେବ ଆଶ୍ରମ କରି ରହୁଥିବା ବାବା କୃଷ୍ଣ ଦାସ ନାମ ନେଇଥିଲା । ଘଟଣାରେ ବାବାଙ୍କ ନାମ ଆସିବା ପରେ ବନବିଭାଗ ଓ ପୋଲିସ ମିଳିତ ଭାବେ ଆଶ୍ରମ ଉପରେ ଚଢ଼ାଉ କରି 100 ଗ୍ରାମ ବାରୁଦ, ଦେଶୀ ବନ୍ଧୁକ ଓ ଛୁରା ସହ ଅନ୍ୟ ସରଞ୍ଜାମ ଜବତ କରିଥିଲେ ।