ଓଡିଶା

odisha

By

Published : Dec 11, 2022, 1:52 PM IST

ETV Bharat / state

ଫତେଗଡ ପୋଲିସକୁ ସଫଳତା, ୨ ଆନ୍ତରାଜ୍ୟ ଲୁଟେରା ଗିରଫ

ଦୀର୍ଘ ଦିନ ଧରି ପୋଲିସର ନିଦ ହଜାଇଥିଲେ ଆନ୍ତଃରାଜ୍ୟ ଲୁଟେରା । ଯାହାଙ୍କୁ ଗିରଫ କରିବାରେ ଅସଫଳ ହୋଇଥିଲା ପୋଲିସ । ଆଜି ଦୁଇ ଅନ୍ତରାଜ୍ୟ ଲୁଟେରାକୁ ଗିରଫ କରିବା ସହ ଅଳଙ୍କାର ଜବତ କରିଛି । ଅଧିକ ପଢନ୍ତୁ

୨ ଅନ୍ତରାଜ୍ୟ ଲୁଟେରା ଗିରଫ
୨ ଅନ୍ତରାଜ୍ୟ ଲୁଟେରା ଗିରଫ

ନୟାଗଡ:ଜିଲ୍ଲା ପୋଲିସକୁ ମିଳିଲା ସଫଳତା । ଦୀର୍ଘ ଦିନ ଧରି ପୋଲିସର ନିଦ ହଜାଇ ଥିବା 2 ଆନ୍ତଃରାଜ୍ୟ ଲୁଟେରାକୁ ଗିରଫ କରିଛି ପୋଲିସ । ଏହାସହ ସେମାନଙ୍କଠାରୁ 103ଗ୍ରାମ ସୁନା ଓ 520 ଗ୍ରାମ ରୁପା ଅଳଙ୍କାର ଜବତ କରାଯାଇଛି ।

୨ ଅନ୍ତରାଜ୍ୟ ଲୁଟେରା ଗିରଫ

ସେପ୍ଟେମ୍ବର ମାସ 27ତାରିଖରେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ବଡ଼ସହରା ପଞ୍ଚାୟତ ଜାମୁସାହି ଗ୍ରାମର ସଞ୍ଜୟ ସାହୁଙ୍କ ଘରୁ 5ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ଟଙ୍କାର ଅଳଙ୍କାର ସହ ନଗଦ 2ଲକ୍ଷ ଟଙ୍କା ଚୋରି ହୋଇଥିବା ନେଇ ଫତେଗଡ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିଲା l ଏନେଇ ଫତେଗଡ ପୋଲିସ ପକ୍ଷରୁ 188/22ରେ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇ ଥିବା ବେଳେ ଭାପୁର ବ୍ଲକ ଶାସନ ପଞ୍ଚାୟତ ଟିକିରିପଡା ଗ୍ରାମର ବିଜୟ ମହାନ୍ତିକୁ ସନ୍ଦେହ କରି ଫତେଗଡ ଥାନା ASI ରମେଶ ଚନ୍ଦ୍ର ଜେନା ଗିରଫ କରିବା ସହିତ ଥାନାରେ ଅଟକ ରଖି ପଚାରାଉଚରା କରୁଥିଲା l ଏହି ସମୟରେ ସବୁ ସତ ମାନିବା ସହିତ ଅନ୍ୟ ଏକ ସହଯୋଗୀ ପ୍ରଭାତ ନାୟକକୁ ଖଣ୍ଡପଡା ଠାରୁ ଗିରଫ କରିବାରେ ସକ୍ଷମ କରିଥିଲା ଫତେଗଡ ପୋଲିସ l

ଏହା ମଧ୍ୟ ପଢନ୍ତୁ: ହେମଗିରି ଗର୍ଜନ ପାହାଡ଼ରେ ବୁଲୁଛି ମହାବଳ ବାଘ ! ଭିଡିଓ ଭାଇରାଲ

ତେବେ ଅଭିଯୁକ୍ତମାନଙ୍କୁ ଜେରା ସମୟରେ ସେମାନେ ସତ ମାନିଥିଲେ । ଅନ୍ୟ 8 ସହଯୋଗୀ ମାନଙ୍କ ସହିତ ମିଶି ନୟାଗଡ, ଖଣ୍ଡପଡା, ଖୋର୍ଦ୍ଧା, ବଲାଙ୍ଗୀର ଏବଂ କଳାହାଣ୍ଡି ଜିଲ୍ଲାରେ ଚୋରି କରିଥିଲେ ବୋଲି ଜେରା ସମୟରେ ଜଣାପଡିଥିଲା । ଖବର ପାଇବା ପରେ ଫତେଗଡ ଥାନାରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଉମାକାନ୍ତ ମଲିକ ପହଞ୍ଚି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେବା ସହିତ ଜବତ ସୁନା ଓ ରୂପା ଅଳଙ୍କାର ଗୁଡିକ କୋର୍ଟ ସହାୟତାରେ ଚିହ୍ନଟ କରାଯାଇ ଚୋରି ହୋଇଥିବା ଲୋକମାନଙ୍କୁ ଫେରସ୍ତ ଦିଆଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ନୟାଗଡ

ABOUT THE AUTHOR

...view details