ଓଡିଶା

odisha

ETV Bharat / state

ଅଙ୍ଗନବାଡି ଅଣ୍ଡା ଖାଇ ଫୁଲିଗଲା ହାତଗୋଡ଼, ଡାକ୍ତରଖାନା ଗଲେ 2 ଶିଶୁ

ନୟାଗଡ଼ କୁରାଳ ପଞ୍ଚାୟତରେ ୨ ଜଣ ଶିଶୁ ଅଙ୍ଗନବାଡି ଅଣ୍ଡା ଖାଇ ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

By

Published : May 19, 2022, 5:08 PM IST

Updated : May 19, 2022, 8:57 PM IST

ଅଙ୍ଗନବାଡି ଅଣ୍ଡା ଖାଇ ଫୁଲିଗଲା ହାତଗୋଡ଼, ଡାକ୍ତରଖାନା ଗଲେ 2 ଶିଶୁ
ଅଙ୍ଗନବାଡି ଅଣ୍ଡା ଖାଇ ଫୁଲିଗଲା ହାତଗୋଡ଼, ଡାକ୍ତରଖାନା ଗଲେ 2 ଶିଶୁ

ନୟାଗଡ଼: ଅଙ୍ଗନବାଡି ଅଣ୍ଡା ଖାଇ ଅଚାନକ ଫୁଲିଗଲା ଗୋଡ଼ ହାତ । ଫଳରେ 2 ଶିଶୁ ଅସୁସ୍ଥ ହୋଇପଡ଼ିଛନ୍ତି । ନୟାଗଡ଼ ଓଡଗାଁ ବ୍ଲକ କୁରାଳ ପଞ୍ଚାୟତ କୁରାଳ ଗାଁର 2 ନମ୍ବର ଅଙ୍ଗନବାଡି କେନ୍ଦ୍ରରେ ଏହି ଘଟଣା ଘଟିଥିବାବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଅଙ୍ଗନବାଡି ଅଣ୍ଡା ଖାଇ ଫୁଲିଗଲା ହାତଗୋଡ଼, ଡାକ୍ତରଖାନା ଗଲେ 2 ଶିଶୁ

ଏହି ଅଙ୍ଗନବାଡି କେନ୍ଦ୍ରରେ ପଢ଼ୁଥିବା କୁରାଳ ଗାଁର 2ଶିଶୁ ଶରତ ଚନ୍ଦ୍ର ପ୍ରଧାନଙ୍କ ପୁଅ ସୌମ୍ୟ ରଞ୍ଜନ ପ୍ରଧାନ ଏବଂ ମାନସ ପଢ଼ିଆରୀଙ୍କ ପୁଅ ଅମିତ ପଢ଼ିଆରୀ ଅସୁସ୍ଥ ହୋଇ କୁରାଳ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଓଡଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇଛନ୍ତି । ଗତ 8 ତାରିଖରେ ପ୍ରତି ଶିଶୁ ପିଛା ମିଳିଥିଲା 10ଟି ଲେଖାଏଁ ଅଣ୍ଡା । ତେବେ ଉଭୟ ଶିଶୁ ଏହି ଅଣ୍ଡା ଖାଇବା ପରେ ସେମାନଙ୍କ ଗୋଡ଼ ହାତରେ ଫୋଟକା ହୋଇ ଫୁଲିବା ସହ ଜଳାପୋଡା ହେବାରୁ ସେମାନଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରାଇବାକୁ ପଡିଥିଲା । ଏହି ନିମ୍ନମାନର ଅଣ୍ଡା କାରଣରୁ ଶିଶୁଙ୍କ ଏଭଳି ଅବସ୍ଥା ହୋଇଥିବା ସମ୍ପୃକ୍ତ ଅଙ୍ଗନବାଡି କର୍ମୀ ସ୍ବୀକାର କରିଛନ୍ତି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

Last Updated : May 19, 2022, 8:57 PM IST

ABOUT THE AUTHOR

...view details