ନୟାଗଡ଼: କଣ୍ଟିଲୋର ନୀଳମାଧବ ମନ୍ଦିରରେ ହଜାର ହଜାର ବର୍ଷର ପରମ୍ପରା ଭଙ୍ଗ ହୋଇଛି । ଶ୍ରୀ ନୀଳମାଧବଙ୍କ ଚନ୍ଦନ ଯାତ୍ରା ଓ ଚାଚେରୀ ଭୋଗ ହୋଇପାରି ନଥିବାରୁ ଭକ୍ତଙ୍କ ମନରେ ଗଭୀର ଆଘାତ ଲାଗିଛି ।
ଚନ୍ଦନ ଯାତ୍ରାରେ ଚାପ ଖେଳିବାପାଇଁ ଚନ୍ଦନ ପୋଖରୀର ପାଣି ଦୂଷିତ ହେବା ସହ କଣ୍ଟିଲୋ ବଜାରର ସମସ୍ତ ଆବର୍ଜନା ଓ ଦୂଷିତ ପାଣି ଏହି ପୋଖରୀରେ ପଡିବା ଯୋଗୁଁ ଚନ୍ଦନ ପୋଖରୀର ପାଣି ଅପରିଷ୍କାର ହୋଇଯାଇଥିବା ମନ୍ଦିର ପୂଜକ କହିଛନ୍ତି ।
ମନ୍ଦିର ସେବାୟତମାନେ ଶ୍ରୀ ନୀଳମାଧଵଙ୍କୁ ନେଇ ସେହି ପୋଖରୀରେ ଚାପ ଖେଳେଇବା ପାଇଁ ମନା କରି ଦୁଇ ବର୍ଷ ହେବ ଚାପ ଖେଳ ବନ୍ଦ ରହିଛି । ନୀତି ଓ ପରମ୍ପରା ଅନୁସାରେ ଚନ୍ଦନ ଚାପ ଖେଳିସାରିବା ପରେ ନୀଳମାଧଵ ସାହି ବୁଲି ଚାଚେରୀ ଭୋଗ ଖାଇଥାନ୍ତି । ଚନ୍ଦନ ଯାତ୍ରା ବନ୍ଦ ହୋଇଯିବା ଯୋଗୁଁ ଏ ବର୍ଷ ମଧ୍ୟ ଆଉ ନୀଳମାଧଵ ଚାଚେରୀ ଭୋଗ ଖାଇ ପାରିଲେ ନାହିଁ ।