ନୟାଗଡ:ଦୀର୍ଘ ଦିନ ଧରି ପୋଲିସକୁ ଚକମା ଦେଇ ଫେରାର ଥିଲା ଟପ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡା । 2014 ଜୁଲାଇ 17ରେ ପୋଲିସ ତାଙ୍କୁ ଗିରଫ କରିଥିଲା l ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ମଙ୍ଗଳବାର ମ୍ପେଟା ସାହିର ଏକ ଭଡ଼ା ଘରୁ ପୋଲିସ ତାଙ୍କୁ ଗିରଫ କରିଥିଲା l ଏହା ପରଠାରୁ ସେ ବ୍ରହ୍ମପୁର ମଣ୍ଡଳ କାରାଗାରରେ ବନ୍ଦୀ ଭାବେ ଜୀବନ କଟାଉଛନ୍ତି l ସୂଚନା ଅନୁସାରେ ରାଜ୍ୟରେ ତାଙ୍କ ନାଁରେ ପ୍ରାୟ 130ଟି ମାମଲା ବିଭିନ୍ନ ଥାନା ରହିଛି l
ସେଥିମଧ୍ୟ 62ଟି ମାମଲାରେ ସବ୍ୟସାଚୀ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି l ସାକ୍ଷ୍ୟ ଏବଂ ପ୍ରମାଣ ଅଭାବରୁ ଗୋଟିଏ ପରେ ଗୋଟିଏ ମାମଲାରୁ ମୁକ୍ତ ହେଉଛନ୍ତି ସବ୍ୟସାଚୀ l ଗୁରୁବାର 2008 ନୟାଗଡ଼ ମାଓ ହମଲାର 2 ଘଟଣାରେ ସେ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି l ଏହାକୁ ମିଶାଇ ମୋଟ 64 ଟି ମାମଲାରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି l