ନୟାଗଡ଼: ଜିଲ୍ଲାର ନୂଆଗାଁ ବ୍ଲକ ସ୍ବାଧୀନତା ସଂଗ୍ରାମୀଙ୍କ ଗାଁଙ୍କ ହେଉଛି ଥୁଆବାରୀ । ଆଜି ସ୍ବାଧୀନତାର ୭୫ ବର୍ଷ ଅବସରରେ ଗ୍ରାମବାସୀ ଗାଁରେ ଶହୀଦ ହୋଇଥିବା ନିଜ ପୂର୍ବ ପୁରୁଷଙ୍କୁ ଝୁରୁଛନ୍ତି । ସ୍ବାଧୀନତା ସଂଗ୍ରାମରେ ଏହି ବୀର ଗାଁର ପ୍ରାୟ ୬୫ ଜଣ ମହିଳା ଓ ପୁରୁଷ ସ୍ବାଧୀନତା ସଂଗ୍ରାମୀ ହୋଇଥିଲେ ଶହୀଦ ।
ଭାରତକୁ ସ୍ବାଧୀନତା ଆଣିବାକୁ ଜାତିର ପିତା ମହାତ୍ମା ଗାନ୍ଧୀ ଡ଼ାକରା ଦେଇଥିଲେ l ତାଙ୍କ ଡ଼ାକରାରେ ଏହି ଗାଁର ଆବାଳବୃଦ୍ଧବନିତା ସଂଗ୍ରାମରେ ସାମିଲ ହୋଇଥିଲେ । ଦେଶକୁ ସ୍ବାଧୀନତା ଆଣିବା ପାଇଁ ସୃଷ୍ଟି କରିଥିଲେ ବିପ୍ଳବ । ଆଉ 65 ଜଣ ଶହୀଦ ହୋଇଥିଲେ ଦେଶ ମାତୃକା ପାଇଁ । ଏହି ଗାଁର କଣ୍ଡୁରୀ ପରିଡା ଓ ଆନନ୍ଦ ସ୍ବାଇଁଙ୍କ ନେତୃତ୍ବରେ ଗାଁର ଆବାଳ ବୃଦ୍ଧବନିତା ଦେଶ ମୁକ୍ତି ଆନ୍ଦୋଳନରେ ସାମିଲ ହୋଇଥିଲେ ।