ଓଡିଶା

odisha

ETV Bharat / state

ଦୁର୍ନୀତି ଓ ଟେଣ୍ଡର ଫିକ୍ସିଂ ବିରୁଦ୍ଧରେ ରାସ୍ତାକୁ ଓହ୍ଲାଇବ ଯୁବ କଂଗ୍ରେସ

ଜିଲ୍ଲାରେ ଦୁର୍ନୀତି ଆଉ ଟେଣ୍ଡର ଫିକ୍ସିଂ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇବ ଜିଲ୍ଲା ଯୁବ କଂଗ୍ରେସ। ସାଙ୍ଗଠନିକ ବୈଠକରେ ନିଷ୍ପତ୍ତି । ପଢନ୍ତୁ ଅଧିକ...

By

Published : Dec 28, 2020, 8:14 AM IST

ଦୁର୍ନୀତି ଆଉ ଟେଣ୍ଡର ଫିକ୍ସଙ୍ଗ ବିରୁଦ୍ଧରେ ରାସ୍ତାକୁ ଓଲ୍ଲାଇବ ଯୁବ କଂଗ୍ରେସ
ଦୁର୍ନୀତି ଆଉ ଟେଣ୍ଡର ଫିକ୍ସଙ୍ଗ ବିରୁଦ୍ଧରେ ରାସ୍ତାକୁ ଓଲ୍ଲାଇବ ଯୁବ କଂଗ୍ରେସ

ନୟାଗଡ଼ : ଜିଲ୍ଲାରେ ଦୁର୍ନୀତି ଆଉ ଟେଣ୍ଡର ଫିକ୍ସିଂ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହା ବିରୋଧରେ ରାସ୍ତାକୁ ଓହ୍ଲାଇବ ଜିଲ୍ଲା ଯୁବ କଂଗ୍ରେସ । ଏନେଇ ଏକ ଜିଲ୍ଲା ଯୁବ କଂଗ୍ରେସର ବୈଠକରେ ରଣନୀତି ପ୍ରସ୍ତୁତ ହୋଇଛି । ନୟାଗଡ ଜିଲ୍ଲା ଯୁବ କଂଗ୍ରେସ ସାଙ୍ଗଠନିକ ସଭା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରୋଟାରି ଭବନ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ଦୁର୍ନୀତି ଆଉ ଟେଣ୍ଡର ଫିକ୍ସଙ୍ଗ ବିରୁଦ୍ଧରେ ରାସ୍ତାକୁ ଓଲ୍ଲାଇବ ଯୁବ କଂଗ୍ରେସ

ଏଥିରେ ନୟାଗଡ ଜିଲ୍ଲା ପାଇଁ ନବ ନିଯୁକ୍ତ ଯୁବକଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର ଏବଂ ମିର ଅବୁବକର ସିଦ୍ଧିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହି ସାଙ୍ଗଠନିକ ସଭାରେ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ ସ୍ମୃତିରଞ୍ଜନ ଲେଙ୍କା, ଜିଲ୍ଲା କଂଗ୍ରେସ ପୂର୍ବ କାର୍ଯ୍ୟକାରୀ ସଭାପତି ହୁସେନ ଖାଁ, ମନୋଜ ସାହୁ, କମଳ ଚରଣ ସାହୁ, ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥୀ, ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଆମଜାଦ ଖାଁ, ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ନଳିନୀକାନ୍ତ ନାୟକ ଏବଂ ରାଜ୍ୟ ଯୁବକଂଗ୍ରେସ ଆଇନ ସେଲ ଅଧ୍ୟକ୍ଷ ଆଦିତ୍ୟ ପ୍ରସାଦ ପରିଡା ପ୍ରମୁଖ ଉପସ୍ଥିତ ଥିଲେ ।

ସମଗ୍ର ନୟାଗଡ ଜିଲ୍ଲାରେ ଯୁବକଂଗ୍ରେସ ସଂଗଠନ ପୁନର୍ବିନ୍ୟାସ ଉପରେ ଏଥିରେ ଆଲୋଚନା କରାଯାଇଥିଲା l ଜିଲ୍ଲାରେ ସକ୍ରିୟ ଭାବେ କାର୍ଯ୍ୟ କରିବା ସହ ଲୋକଙ୍କ ସହ ଜଡିତ ରହିବାକୁ ଯୁବ କଂଗ୍ରେସ କହିଛି ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details