ନୟାଗଡ: ସାତକୋଶିଆ କୁମ୍ଭୀର ଅଭୟାରଣ୍ୟରେ ଭୟଙ୍କର ଭାବେ କମୁଛି ଘଡ଼ିଆଳଙ୍କ ସଂଖ୍ୟା l ବାରମ୍ବାର ଏହି କୁମ୍ଭୀରଙ୍କ ବଂଶ ବୃଦ୍ଧି ପାଇଁ ଚେଷ୍ଟା କରାଯାଉଥିଲେ ବି କୌଣସି ସୁଫଳ ମିଳୁ ନାହିଁ l ଏବେ ପୁଣି ମହାନଦୀ ବନ୍ୟାପ୍ରାଣୀ ବିଭାଗ ଆଉ 6 ଟି ଘଡ଼ିଆଳ କୁମ୍ଭୀରଙ୍କୁ ଛାଡ଼ିଛି l
ସୁହାଉନି ସାତକୋଶିଆ, କମୁଛି ଘଡ଼ିଆଳଙ୍କ ସଂଖ୍ୟା
ସାତକୋଶିଆ କୁମ୍ଭୀର ଅଭୟାରଣ୍ୟରେ ଭୟଙ୍କର ଭାବେ କମୁଛି ଘଡ଼ିଆଳ କୁମ୍ଭୀରଙ୍କ ସଂଖ୍ୟା l କୁମ୍ଭୀରଙ୍କ ବଂଶ ବୃଦ୍ଧି ପାଇଁ ଚେଷ୍ଟା କରାଯାଉଥିଲେ ବି କୌଣସି ସୁଫଳ ମିଳୁ ନାହିଁ l ଏବେ ପୁଣି ମହାନଦୀ ବନ୍ୟାପ୍ରାଣୀ ବିଭାଗ ଆଉ 6 ଟି ଘଡ଼ିଆଳ କୁମ୍ଭୀରଙ୍କୁ ଛାଡ଼ିଛି l ପଢନ୍ତୁ ସମ୍ପୂର୍ଣ୍ଣ ଖବର..
ସୁହାଉନି ସାତକୋଶିଆ, କମୁଛି ଘଡ଼ିଆଳଙ୍କ ସଂଖ୍ୟା
ମିଳିଥିବା ସୂଚନା ଅନୁସାରେ 2016 ରୁ ଏଯାବତ 860 ଘଡ଼ିଆଳ କୁମ୍ଭୀର ଛଡ଼ାଗଲାଣି କିନ୍ତୁ ସେଥିରୁ ମାତ୍ର 8 ଟି ବଞ୍ଚିଛନ୍ତି l ସାତକୋଶିଆ ଅଭୟାରଣ୍ୟ ଅନୁଗୁଳ, ବୌଦ୍ଧ, ଆଦି ଜିଲ୍ଲାକୁ ଲାଗି ରହିଥିବାର ଭିନ୍ନ ଭିନ୍ନ ଡିଭିଜନ ଦ୍ବାରା ବନ୍ୟଜନ୍ତୁଙ୍କ ସୁରକ୍ଷା କରାଯାଉଛି l ନୟାଗଡ ସାତକୋଶିଆର ସୁରକ୍ଷା ଦାୟିତ୍ବ ମହାନଦୀ ବନ୍ୟପ୍ରାଣୀ ଡିଭିଜନରେ ରହିଛି l ସାତକୋଶିଆରେ ଘଡ଼ିଆଳ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇବା ପରିବର୍ତ୍ତେ କମିବାରେ ଲାଗିଛି ଯାହା ପରିବେଶ ପ୍ରେମୀଙ୍କୁ ଚିନ୍ତାରେ ପକାଇଛି l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ