ଓଡିଶା

odisha

ETV Bharat / state

ଗଣିଆ ପ୍ରେସ୍ କ୍ଳବର ନୂତନ କର୍ମକର୍ତ୍ତା ଚୟନ

ଗଣିଆ ପ୍ରେସ କ୍ସବର ୧୦୨ ତମ କାର୍ଯ୍ୟକାରିଣୀ ବୈଠକ ଆୟୋଜିତ । ବୈଠକରେ ନୂତନ ଥାନାଧିକାରୀଙ୍କ ଯୋଗଦାନ । ଅଧିକ ପଢନ୍ତୁ...

By

Published : May 31, 2021, 9:31 PM IST

ଗଣିଆ ପ୍ରେସ୍ କ୍ଳବର ନୂତନ କର୍ମକର୍ତ୍ତା ଚୟନ
ଗଣିଆ ପ୍ରେସ୍ କ୍ଳବର ନୂତନ କର୍ମକର୍ତ୍ତା ଚୟନ

ନୟାଗଡ଼: ଗଣିଆ ବ୍ଲକ ପ୍ରେସ କ୍ଳବର ୧୦୨ ତମ କାର୍ଯ୍ୟକାରିଣୀ ବୈଠକ ସ୍ଥାନୀୟ ଶିଶୁ ରାଇଜ ଠାରେ ଅନୁଷ୍ଠିତ ହୋଇଯାଇଛି l ଗଣିଆ ବ୍ଲକର ବହୁ ସମସ୍ୟା ଖବର ମାଧ୍ୟମରେ ପ୍ରଶାସନ ପାଖରେ କିଭଳି ପହଞ୍ଚିପାରିବ ଏବଂ କିଭଳି ଏହାର ସମାଧାନ ହୋଇପାରିବ ସେ ନେଇ ବିଶେଷ ଆଲୋଚନା ହେବା ସହ ଏହି ବୈଠକରେ ସର୍ବସମ୍ମତି କ୍ରମେ ଗଣିଆ ପ୍ରେସ କ୍ଳବର କର୍ମକର୍ତ୍ତା ମନୋନୀତ କରାଯାଇଥିଲା l

ଗଣିଆ ପ୍ରେସ୍ କ୍ଳବର ନୂତନ କର୍ମକର୍ତ୍ତା ଚୟନ

ସଭାପତି ଭାବେ ଦେବୀ ପ୍ରସାଦ ଦାଶଙ୍କୁ ମନୋନୀତ କରାଯାଇଥିବାବେଳେ ସମ୍ପାଦକ ଭାବେ ବିଶ୍ୱ ରଞ୍ଜନ ସେଠୀ, ଉପସଭାପତି ଭାବେ କୈଳାଶ ଚନ୍ଦ୍ର ସାହୁ, ସହ ସମ୍ପାଦକ ଭାବେ ସୁରେଶ କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ସମୀର କୁମାର ବେହେରାଙ୍କୁ ଚୟନ କରାଯାଇଛି l

ଉପଦେଷ୍ଟା ଭାବେ ବ୍ରଜ କିଶୋର ସାହୁ ଏବଂ ପ୍ରସନ୍ନ କୁମାର ସାହୁ ମନୋନୀତ ହୋଇଥିବାବେଳେ ସଭ୍ୟ ଭାବରେ ଶ୍ରୀକାନ୍ତ ପାଣିଗ୍ରାହୀ , ପ୍ରଦୀପ କୁମାର ପଣ୍ଡା ଓ ବିଜୟାନନ୍ଦ ତରେଇଙ୍କୁ ସଭ୍ୟ ଭାବେ ଗ୍ରହଣ କରାଯାଇଥିଲା | ପରିଶେଷରେ ପ୍ରେସ କ୍ଲବର ସମସ୍ତ ସଭ୍ୟ ଗଣିଆ ଥାନାରେ ପହଁଞ୍ଚି ନୂତନ ଥାନାଧିକାରୀ ଭାବେ ଯୋଗଦେଇଥିବା ବିମଳ କୁମାର ମଲ୍ଲିକଙ୍କୁ ସ୍ୱାଗତ ଜଣାଇବା ସହିତ ଗଣିଆ ବ୍ଲକ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l



ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details