ଓଡିଶା

odisha

ETV Bharat / state

ପ୍ରଧାନ ଶିକ୍ଷୟତ୍ରୀଙ୍କ ଇଙ୍ଗିତରେ ଛାତ୍ରଙ୍କୁ ପିଟିଲେ ଛାତ୍ର

ବିଦ୍ୟାଳୟ ହେଉଛି ଶିକ୍ଷାର ମନ୍ଦିର । ଶିକ୍ଷାର ମନ୍ଦିରରେ ଯଦି ନୀରିହ ଛାତ୍ରଛାତ୍ରୀ ପଥଭ୍ରଷ୍ଟ ହେବେ ତେବେ ଦାୟୀ କିଏ ? ନୟାଗଡ ଜିଲ୍ଲାରେ ଘଟିଥିବା ଅଭାବନୀୟ ଘଟଣାକୁ ନେଇ ଏବେ ଚିନ୍ତାରେ ଅଭିବାବକ । ପ୍ରଧାନ ଶିକ୍ଷୟତ୍ରୀଙ୍କ ଇଙ୍ଗିତରେ ଛାତ୍ରଙ୍କୁ ପିଟିଲେ ଛାତ୍ର ।

By

Published : Aug 4, 2019, 6:31 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ

ନୟାଗଡ: ପ୍ରଧାନ ଶିକ୍ଷୟତ୍ରୀଙ୍କ ଇଙ୍ଗିତ ରେ ଛାତ୍ରଙ୍କୁ ପିଟିଲେ ଛାତ୍ର । ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଖଣ୍ଡପଡା ବ୍ଲକ ବାଇଗୁଣିଆ ପଞ୍ଚାୟତର ତନ୍ତୁ ସମବାୟ ହାଇସ୍କୁଲରେ । ବାଇଗୁଣିଆ ହାଇସ୍କୁଲରେ କିଛିଦିନ ତଳେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ସହ ସେହି ସ୍କୁଲର ଅନ୍ୟ ସହକାରୀ କର୍ମଚାରୀମାନଙ୍କ ମଧ୍ୟରେ ମନ ମାଳିନ୍ୟ ହୋଇଥିଲା । ଯାହା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଦୃଷ୍ଟିଗୋଚର କୁ ଆସିଥିଲା । ଏପରିକି ଗ୍ରାମବାସୀ ମାନେ ମଧ୍ୟ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୁଦ୍ଧରେ ଜିଲ୍ଲା ଶିକ୍ଷାଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ ।

ତେବେ ପ୍ରଧାନ ଶିକ୍ଷତ୍ରୀୟଙ୍କ ଇଙ୍ଗିତରେ କିଛି ଛାତ୍ର ସେହି ସ୍କୁଲର ଅନ୍ୟ ଜଣେ ନବମ ଶ୍ରେଣୀ ଛାତ୍ରଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଆହତ ଛାତ୍ରଙ୍କ ପରିବାର ଲୋକ ଖଣ୍ଡପଡା ଥାନାରେ ଲିଖିତ ଅଭିଯୋଗ କରିବା ସହ ଶୁକ୍ରବାର ସ୍କୁଲ ଯାଇ ପ୍ରଧାନ ଶିକ୍ଷତ୍ରୀୟଙ୍କ ସହ ଆଲୋଚନା କରିଥିଲେ । କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀ ସେବତୀ ପରିଡା, କୌଣସି ପ୍ରକାର ସହଯୋଗ ନ କରିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଏପରିକି ଆହତ ଛାତ୍ର ଜଣକ ଏକ ଭିଡିଓ ମାଧ୍ୟମରେ ନିଜର ସୁରକ୍ଷା କଥା ଦାବି କରିଛନ୍ତି ।

ଏହି ଘଟଣା ପରେ ନୟାଗଡ଼ ଜିଲ୍ଲାରେ ଆଲୋଡନ ସୃଷ୍ଟିହୋଇଛି । ତେବେ ଆସନ୍ତା ସୋମବାର ଦିନ ସ୍କୁଲ ବନ୍ଦ ରଖି ଆନ୍ଦୋଳନ କରିବେ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି ।


ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details