ଓଡିଶା

odisha

ETV Bharat / state

ଇଟିଭି ଭାରତ ପ୍ରଭାବ; ଅସହାୟ ଲକ୍ଷ୍ମୀକୁ ସାହା ହେଲା ପ୍ରିନ୍ସ ଫାଉଣ୍ଡେସନ - prince foundation helps to laxmi

ନୟାଗଡ ଜିଲ୍ଲା ରଣପୁର ବ୍ଲକ ତାରିଆ ଆଦିବାସୀ ସାହିର ଅସହାୟ ଲକ୍ଷ୍ମୀକୁ ସାହା ହେଲା ପ୍ରିନ୍ସ ଫାଉଣ୍ଡେସନ । ଅଧିକ ପଢନ୍ତୁ...

ଅସହାୟ ଲକ୍ଷ୍ମୀକୁ ସହା ହେଲା ପ୍ରିନ୍ସ ଫାଉଣ୍ଡେସନ
ଅସହାୟ ଲକ୍ଷ୍ମୀକୁ ସହା ହେଲା ପ୍ରିନ୍ସ ଫାଉଣ୍ଡେସନ

By

Published : Jan 7, 2021, 2:57 PM IST

ନୟାଗଡ:ଅସହାୟ ଲକ୍ଷ୍ମୀକୁ ମିଳିଲା ସହାୟତାର ହାତ । ଦୁର୍ଦ୍ଦିନରେ ଜୀବନ ବିତାଉଥିବା ଲକ୍ଷ୍ମୀ ପାଇଁ ଦୁଃଖର ଦିନ ସରିଲା କହିଲେ ଚଳେ । ଲକ୍ଷ୍ମୀ କାଠ ବିକ୍ରି କରି ନିଜ ଛୁଆଙ୍କ ମୁହଁରେ ଦୁଇ ଓଳି ଖାଇବାକୁ ଦେଉଥିଲା । ଆଉ ତାର ଏହି କଷ୍ଟକୁ ସାମାନ୍ୟ କମ୍ କରିଛି ପ୍ରିନ୍ସ ଫାଉଣ୍ଡେସେନ ।

ଅସହାୟ ଲକ୍ଷ୍ମୀକୁ ସହା ହେଲା ପ୍ରିନ୍ସ ଫାଉଣ୍ଡେସନ

ଆମେ କହୁଛୁ ନୟାଗଡ ଜିଲ୍ଲା ରଣପୁର ବ୍ଲକ ତାରିଆ ଆଦିବାସୀ ସାହିର ଲକ୍ଷ୍ମୀପ୍ରିୟା ନାୟକର କାହାଣୀ । ସ୍ବାମୀ, ଶ୍ବଶୁର ଓ ଶାଶୁ ଅଜଣା ରୋଗରେ ପୀଡିତ ହୋଇ ଆରପାରିକୁ ଚାଲିଯିବା ପରେ ଘରର ସବୁ ଦାୟିତ୍ବ ନେଇଛି ଲକ୍ଷ୍ମୀ । ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ଲକ୍ଷ୍ମୀର ପରିବାର । ସେମାନଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେବାକୁ ଲକ୍ଷ୍ମୀକୁ କାଠ ସଂଗ୍ରହ କରି ବିକ୍ରି କରିବାକୁ ପଡୁଛି । ସେଥିରୁ ଯେତିକି ରୋଜଗାର ହୁଏ ତାର ପରିବାର ଚଳେ ।

ଲକ୍ଷ୍ମୀର ଏହି ଦୁଃଖଭରା ଜୀବନ ବିଷୟରେ ଇଟିଭି ଭାରତରେ ଖବର ପ୍ରସାରଣ ହେବା ପରେ ଲକ୍ଷ୍ମୀକୁ ସହାୟତାର ହାତ ବଢାଇଛି ପ୍ରିନ୍ସ ଫାଉଣ୍ଡେସନ । ଲକ୍ଷ୍ମୀଙ୍କୁ ମାସକରୁ ଉର୍ଦ୍ଧ୍ବ ଦିନ ପାଇଁ ରାସନ ସାମଗ୍ରୀ ଯୋଗାଇ ଦେଇଛି ପ୍ରନ୍ସ ଫାଉଣ୍ଡେସନ । ଏହାସହ ଲକ୍ଷ୍ମୀଙ୍କୁ ଅନ୍ୟ ସହାୟତା ଯୋଗାଇ ଦେବା ଓ ତାର ସବୁ ଦୁଃଖ ସୁଖରେ ଛିଡା ହେବାକୁ କଥା ଦେଇଛି ପ୍ରିନ୍ସ ଫାଉଣ୍ଡେସନ । ଏହା ସହିତ ଯୋଗାଯୋଗ ପାଇଁ ତାଙ୍କୁ ଏକ ମୋବାଇଲ ଫୋନ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ପ୍ରିନ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ରିନା ସାହୁ । ତେବେ ପ୍ରିନ୍ସ ଫାଉଣ୍ଡେସନର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରିଛନ୍ତି ଲୋକେ ।

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details