ଓଡିଶା

odisha

ETV Bharat / state

ଗାଁକୁ ନାହିଁ ରାସ୍ତା, ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ - nayagarh

ଗାଁକୁ ରାସ୍ତା ନଥିବାରୁ ଅଧା ରାସ୍ତାରେ ରହିଲା ଆମ୍ବୁଲାନ୍ସ। ଷ୍ଟ୍ରେଚରରେ ବୁହାହୋଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆସିଲେ ଗର୍ଭବତୀ । ଆଶା କର୍ମୀଙ୍କ ସହାୟତାରେ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୁହାହୋଇ ଆସିଲେ ଗର୍ଭବତୀ।

ଫଟୋ ସୌଜନ୍ୟ : ପ୍ରତିନିଧି,ନୟାଗଡ

By

Published : May 18, 2019, 12:13 AM IST

ନୟାଗଡ : ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ । ଷ୍ଟ୍ରେଚରରେ ପ୍ରାୟ 1 କିଲୋମିଟର ପର୍ଯ୍ୟନ୍ତ ବୁହାହେଲେ ଗର୍ଭବତୀ । ଆମ୍ବୁଲାନ୍ସରେ ଜନ୍ମଦେଲେ ପୁତ୍ର ସନ୍ତାନ। ଏଭଳି ଘଟଣା ଦେଖିବାକୁ ମିଳିଛି ଦଶପଲ୍ଲା ବ୍ଲକର ଦୁର୍ଗମ ଅଞ୍ଚଳ କନଡି ଗାଁରେ ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ନୟାଗଡ

ଗାଁର ସବିତା ଜାନି ନାମକ ଜଣେ ମହିଳା ଗର୍ଭଯନ୍ତ୍ରଣା ଭୋଗିବାରୁ ପରିବାର ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ଆଉ ଆମ୍ବୁଲାନ୍ସ ମଧ୍ୟ ନେବାକୁ ଆସିଥିଲା , ହେଲେ ଗାଁକୁ ରାସ୍ତା ନଥିବାରୁ ଅଧାରେ ଅଟକି ରହିଥିଲା । ଆଶାକର୍ମୀ ମାନେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ଆମ୍ବୁଲାନ୍ସ ନିକଟକୁ ବୋହିଆଣିଥିଲେ।

ଆମ୍ବୁଲାନ୍ସରେ ପହଞ୍ଚିବା କ୍ଷଣି ମହିଳା ଏକ ପୁତ୍ର ସନ୍ତାନ ଜନ୍ମଦେଇଥିଲେ । ସଙ୍ଗେ ସଙ୍ଗେ ମହିଳା ଓ ଶିଶୁକୁ ଦଶପଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା । ବର୍ତ୍ତମାନ ଉଭୟ ସୁସ୍ଥ ଥିବା ଜଣାପଡିଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

ABOUT THE AUTHOR

...view details