ନୟାଗଡ଼: ଜିଲ୍ଲାରେ ଥିବା ସାହାରା କାର୍ଯ୍ୟାଳୟ ଆଗରେ ଜମାକାରୀଙ୍କ ପ୍ରତିବାଦ l ଅବଧି ସରିଥିଲେ ମଧ୍ୟ ଟଙ୍କା ଦେଉନାହିଁ ସାହାରା ଇଣ୍ଡିଆ l ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି l
ସାହାରା ଇଣ୍ଡିଆକୁ ବିଶ୍ବାସ କରି ଗ୍ରାହକ ମାନେ ଲକ୍ଷ ଲକ୍ଷ ଟଙ୍କା ଜମା କରିଥିଲେ l ସମୟ ସୀମା ଅବଧି ହୋଇଯାଇଥିବା ବେଳେ ସାହାରା ଇଣ୍ଡିଆ ଲୋକ ମାନଙ୍କୁ ପଇସା ଫେରାଉ ନଥିବା ଅଭିଯୋଗ ହୋଇଛି । ଫଳରେ ଶତାଧିକ ଲୋକ ନୟାଗଡ଼ ଜିଲ୍ଲା ଓଡଗାଁ ସାହାରା ଇଣ୍ଡିଆ ଅଫିସ ଘେରାଉ କରିବା ସହ ପ୍ରତିବାଦରେ ଓଡଗାଁ ସାହାରା ଇଣ୍ଡିଆ କର୍ମଚାରୀଙ୍କୁ ଜବାବ ମାଗିଥିଲେ ।