ଓଡିଶା

odisha

By

Published : Dec 9, 2020, 8:11 PM IST

ETV Bharat / state

ପରୀ ହତ୍ୟାକାଣ୍ଡ ଘଟଣା, NCPCRରେ ହାଜର ହେଲେ ଜିଲ୍ଲାପାଳ,ଏସପି

ପରୀ ହତ୍ୟାକାଣ୍ଡ ଘଟଣା । NCPCRରେ ହାଜର ହେଲେ ଜିଲ୍ଲାପାଳ,ଏସପି । କମିଶନରଙ୍କ ସମନ ଅନୁଯାୟୀ ଭିସି ଯୋଗ ହାଜର ହୋଇ ପ୍ରଦାନ କଲେ ତଥ୍ୟ । ଅଧିକ ପଢନ୍ତୁ...

pari murder case,nayagada collector and sp appear before NCPCR
ପରୀ ହତ୍ୟାକାଣ୍ଡ ଘଟଣା, NCPCRରେ ହାଜର ହେଲେ ଜିଲ୍ଲାପାଳ,ଏସପି

ନୟାଗଡ : ନୟାଗଡ଼ ପରୀ ହତ୍ୟାକାଣ୍ଡ ଘଟଣାରେ ଏସପି ପ୍ରତ୍ୟୁଷ ଦିଓ୍ବାକର ଓ ଜିଲ୍ଲାପାଳ ପୋମା ଟୁଡୁ ଆଜି (ବୁଧବାର) NCPCRରେ ହାଜର ହୋଇ ତଦନ୍ତ ସମ୍ପର୍କରେ ତଥ୍ୟ ଦେଇଛନ୍ତି l କମିଶନରଙ୍କ ସମନ ଅନୁଯାୟୀ ଭିଡିଓ କନଫରେନ୍ସି ମାଧ୍ୟମରେ ହାଜର ହୋଇ ତଥ୍ୟ ପ୍ରଦାନ କରିଛନ୍ତି ଉଭୟେ l 40 ମିନିଟ ଧରି ଜିଲ୍ଲାପାଳ ଓ ଏସପିଙ୍କୁ NCPCR ପରୀ ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ପଚରାଉଚରା କରିଥିବା ଜଣାପଡ଼ିଛି l

ପରୀ ହତ୍ୟାକାଣ୍ଡ ଘଟଣା, NCPCRରେ ହାଜର ହେଲେ ଜିଲ୍ଲାପାଳ,ଏସପି

ଏସପି ଭିଡିଓ କନଫରେନ୍ସି ମାଧ୍ୟମରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗକୁ ପରୀ ହତ୍ୟାକାଣ୍ଡ ଘଟଣା ସମ୍ପର୍କରେ ତଦନ୍ତର ରିପୋର୍ଟ ଦେଇଥିବା ବେଳେ ଜିଲ୍ଲାପାଳ ନିଜ ସରକାରୀ ବାସଭବନରେ ରହି ଘଟଣା ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ । ଘଟଣାକୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଗୁରୁତ୍ବ ଦେଇଥିବାରୁ ନିରପେକ୍ଷ ତଦନ୍ତ ହେବ ବୋଲି ଲୋକେ ଆଶା କରିଛନ୍ତି l ସେପଟେ ପରୀ ବାପା ମାଆ ଅଭିଯୁକ୍ତଙ୍କୁ ତୁରନ୍ତ ଧରି ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ଦାବି କରିଛନ୍ତି l

ନୟାଗଡ଼ରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ

ABOUT THE AUTHOR

...view details